fbpx
BSKY SKY
BSKY SKY

ସ୍ୱପ୍ନରେ କଥା ହେବା କେଉଁ ରୋଗର ଲକ୍ଷଣ?ଏଭଳି କରିବା ପଛରେ କଣ ରହିଛି କାରଣ, ଜାଣନ୍ତୁ

BSKY

ନୂଆଦିଲ୍ଲୀ:ଶୋଇବା କହିବାକୁ ଗଲେ ସବୁ ଲୋକଙ୍କୁ ବହୁତ ପସନ୍ଦ। ଶାନ୍ତିରେ ଟିକିଏ ଶୋଇବା ଦ୍ୱାରା ଦିନ ତମାମ ଆମେ ଯେତେ କାର୍ଯ୍ୟ କରିଥାଉ ତାହାର ଥକା ମେଣ୍ଟିଥାଏ। କିନ୍ତୁ ଆପଣ ଦେଖି ଥିବେ କିଛି ଲୋକ ନିଦରେ କଥା ହୋଇଥାଆନ୍ତି।ପିଲାମାନେ ମଧ୍ୟ ନିଦରେ ଶୋଇଥିବା ବେଳେ କଥା ହୁଅନ୍ତି । ତେବେ ଆପଣ ଜାଣନ୍ତି ଏହାପଛରେ କଣ କାରଣ ରହିଛି? ତେବେ ଆସନ୍ତୁ ଜାଣିବା

ରିପୋର୍ଟ ମୁତାବକ ଦୁନିଆରେ ଯେତେ ଲୋକ ବସବାସ କରନ୍ତି ତିନି ଭାଗରୁ ପ୍ରାୟ ଏକ ଭାଗ ଲୋକ ଦିନେ ନା ଦିନେ ନିଦରେ କଥା ହୋଇଥାଆନ୍ତି। ଯାହାକୁ ଆମେ ସ୍ଲିପ ଟକିଙ୍ଗ ବୋଲି କହିଥାଉ ।
-ତେବେ ନିଦରେ କଥା ହେବା କୌଣସି ରୋଗ ନୁହେଁ ବରଂ ଏହା ମଣିଷର ଶୋଇବାର ଶୈଳୀ ମଧ୍ୟରେ ଅନ୍ତର ବୋଲି ଦର୍ଶାଇଥାଏ। ଏପରିକି ଦେଖିବାକୁ ଗଲେ ପ୍ରତ୍ୟେକ ମଣିଷ ମଧ୍ୟ ଭିନ୍ନ ଭାବରେ କଥା ହୋଇଥାଏ ।
-ନିଦରେ କଥା ହେବା ଘୁଙ୍ଗୁଡି ମାରିବା କୁ ହିପ୍ନୋଗୋଗିକ ଜର୍କ କୁହନ୍ତି । ବେଳେ ଏହା ମଧ୍ୟ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥାଏ। ତେବେ ଏହି ଲୋକ ଯେଉଁ ମାନଙ୍କ ପାଖରେ ଶୁଅନ୍ତି ସେମାନ ପାଇଁ ଅନ୍ୟଙ୍କୁ ଅସୁବିଧା ହୋଇଥାଏ ।
-ଏହାକୁ ବୈଜ୍ଞାନିକ ଭାଷାରେ ସୋମ୍ନିଲୋକ୍ୱି ବୋଲି କୁହାଯାଏ । ଯାହା ଦ୍ୱାରା ଶୋଇଥିବା ସମୟରେ ଲୋକ କିଛି ଶବ୍ଦ କିମ୍ବା ବାକ୍ୟ କହିଥାଏ।
ତେବେ ଆପଣ ଆପଣଙ୍କ ପିଲାମାନଙ୍କୁ ଦେଖିଥିବେ ବେଳେ ବେଳେ ସେମାନେ ପାଟି କରିଥାଆନ୍ତି କିମ୍ବା ଶୋଇଥିବା ସମୟରେ ହସନ୍ତି କିମ୍ବା କାନ୍ଦନ୍ତି । ଏହା ସହିତ ସେମାନେ ତାଙ୍କ ପ୍ରିୟ ଲୋକଙ୍କ ନାମ ମଧ୍ୟ ନେଉଥିବା ଦେଖିବାକୁ ମିଳିଥାଏ ।

ବାସ୍ତବରେ ଯଦି ରିପୋର୍ଟ ଉପରେ ଧ୍ୟାନ ଦେବା ଏଭଳି କାର୍ଯ୍ୟ ମୁଖ୍ୟତଃ ପିଲା ମାନେ କରିଥାଆନ୍ତି । କିନ୍ତୁ ବୟସ୍କମାନେ ମଧ୍ୟ ଏଭଳି କରିଥାଆନ୍ତି । ଏହାର ମାତ୍ରା ହୁଏତ କିଛି କମି ଯାଏ । ଏହାପଛରେ କାରଣ ଚିନ୍ତା କିମ୍ବା କୌଣସି ଜିନିଷକୁ ବହୁ ଇଚ୍ଛାର ସହିତ ପାଇବାର ଆଶା ରହିଥାଏ ପାରେ ଯାହା ପୂରଣ ହୋଇନଥାଏ ।

କିଛି ବୈଜ୍ଞାନିକ ଏହା ମଧ୍ୟ କୁହନ୍ତି ନିଦରେ ଯେଉଁ କଥା ବାହାରେ କିଛି କିଛି ସମୟେ ଏହା ବାସ୍ତବିକ ରୂପ ନେଇଥାଏ । ଆଉ କିଛି ସମୟରେ ଅସମ୍ଭବ କାଳ୍ପନିକ କଥା ମଧ୍ୟ ପ୍ରକାଶ ପାଇଥାଏ । ଆଉ କିଛି ସମୟେ ପିଲା ମାନେ ଯେଉଁ କଥା ତାଙ୍କ ପିତା ମାତାଙ୍କ ଆଗରେ ପ୍ରକାଶ କରି ପାରନ୍ତି ନାହିଁ ତାହା ମଧ୍ୟ ସେ ନିଦରେ କହିଥାଆନ୍ତି ।

ଏଭଳି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ଏହା ସ୍ମରଣ ରହିଥାଏ ଯେ ସେ କଣ କହିଛନ୍ତି । କିମ୍ବା ସ୍ୱପ୍ନରେ କେଉଁ ଘଟଣା ଘଟିଛି ତାହା ସେ ମନେ ରଖିଥାଆନ୍ତି। ମୁଖ୍ୟତଃ ନିଦରେ ପିଲା କିମ୍ବା ଲୋକ ସେତେବେଳେ କଥା ହୁଅନ୍ତି ଯେତେବେଳେ ସେ ନନ୍–ର୍ୟାପିଡ ଆଇ ମୁଭବେଣ୍ଟ ସ୍ଥିତିରେ ରହିଥାଆନ୍ତି । ତେବେ ବୈଜ୍ଞାନିକ ମାନେ ଏହି କାର୍ଯ୍ୟକଳାପ ଉପରେ ଅଧିକ ଅନୁସନ୍ଧାର ଜାରି ରଖିଛନ୍ତି ।

Get real time updates directly on you device, subscribe now.