fbpx
BSKY
BJD SHG SKY
BJD MC SKY

(Video) ଇଏ କ’ଣ ! କେହି ଅଟକାଅ..ନହେଲେ ବିଚରା ଛୁଆଟା ଖସି ପଡିବ

ନୂଆଦିଲ୍ଲୀ : ଦୁଃସାହାସିକତାର ଅନେକ ଭିଡିଓ ଆପଣ ଦେଖିଥିବେ । ନେମ୍ ଫେମ୍ ପାଇବା ପାଇଁ ଲୋକ ଭିନ୍ନ ଭିନ୍ନ ଷ୍ଟଣ୍ଡ ଦେଖାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ସେଥିରେ ନେମ୍ ଫେମ୍ ପାଇଁ କୌଣସି ଷ୍ଟଣ୍ଡ ଦିଆଯାଉନାହିଁ । ଖେଳ ଖେଳ ପିଲାଟି ଏଭଳି ଷ୍ଟଣ୍ଡ ଦେଉଛି, ଯାହା କେହି ବି କରିପାରିବେନି । ଏଭଳି ଷ୍ଟଣ୍ଡ ଦେବା ଆଗରୁ ଗୋଡ ହାତ ଥରିବ । ବଡ ବଡ ଷ୍ଟଣ୍ଡମ୍ୟାନ୍ ମଧ୍ୟ ଏଭଳି ଷ୍ଟଣ୍ଡ କରିବା ପାଇଁ ଡରିବେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବହୁତ ଉଚ୍ଚତା ବିଶିଷ୍ଟ ବିଲ୍ଡିଂର ଏକ ତାଜା ଉପରେ ଦୁଇ ଜଣ ଶିଶୁ ଖେଳୁଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଗୋଟିଏ ଛୋଟ ଏବଂ ଅନ୍ୟଟି ଟିକିଏ ବଡ ବୋଲି ଅନୁମାନ କରାଯଉଛି । ଉଭୟଙ୍କ ବୟସø ୩ରୁ ୫ ବର୍ଷ ଭିତରେ ହେବ ।
ଛୋଟ ପିଲାଟି ଗୋଟିଏ ବିଲ୍ଡିଂରୁ ଅନ୍ୟ ବିଲ୍ଡିଂକୁ ଡେଇଁବାକୁ ଡରୁଥିବା ବେଳେ ବଡ ପିଲାଟିର କିନ୍ତୁ ଡର ଭୟ ନାହିଁ । ଥରକ ପରେ ଥରେ , ଏଭଳି ବାରମ୍ବାର ଗୋଟିଏ ବିଲ୍ଡିଂରୁ ଆର ବିଲ୍ଡିଂକୁ ଡେଉଁଥିବା ଦେଖିବାକୁ ମିଳିଛି । ଯାହା ବହୁତ ବିପଜ୍ଜନକ । ଯଦି ଟିକିଏ ଅସାବଧାନତା ବଶତଃ ଗୋଡ ଖସି ଯାଏ ତେବେ କ’ଣ ହେବ ଭାବନ୍ତୁ ତ । କିନ୍ତୁ ପିଲାଟିର ଏସୁବ ପ୍ରତି ନିଘା ନାହିଁ । ସେମାନେ ଖେଳରେ ମଜି ଯାଇଛନ୍ତି ଏବଂ ତାହାକୁ ମନ ଭରି ଉପଭୋଗ କରୁଛନ୍ତି ।

ଏଠାରେ ଆମେ ପିଲାମାନଙ୍କୁ ଉପରେ ଦୋଷ ଦେବାକୁ ଯାଉନାହିଁ ବରଂ ସେମାନଙ୍କ ପିତାମାତାଙ୍କୁ ଦୋଷାରାପ କରୁଛି । ଏଠାରେ ପ୍ରଶ୍ନ ଉଠେ, ଛୋଟ ପିଲାମାନଙ୍କ କାର୍ଯ୍ୟକଳାପ ବିଷୟରେ ସେମାନେ ଅଭିଭାବକ ଜାଣିପାରିଲେ ନାହିଁ କିପରି? ଏହି ଛୋଟ ଭୁଲ ସେମାନଙ୍କୁ ବଡ ବିପଦରେ ପକାଇ ପାରେ ।

Get real time updates directly on you device, subscribe now.