fbpx

ଦୁର୍ବଳ ହେଉଛି ଧୋନୀବାହିନୀ, ବାଦ୍ ପଡିପାରନ୍ତି ଧୋନୀଙ୍କ ପ୍ରିୟ ଖେଳାଳି: ପ୍ଲେଇଙ୍ଗ-୧୧କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗସ ୩ଟି ମ୍ୟାଚ ଖେଳିତିବା ବେଳେ ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ସହ ଅନ୍ୟ ବୋଲରଙ୍କ ଦମଦାର ବୋଲିଂ ଯୋଗୁଁ ଏହି ମ୍ୟାଚ ଉପରେ କବଜା କରିଛି ଧୋନୀ ବାହିନୀ । ତଥାପି ଧୋନୀଙ୍କ ଟିମରେ ବୋଲିଂ ବିଭାଗକୁ ନେଇ ସମସ୍ୟା ଅନୁଭୂତ ହୋଇଛି । କୌଣସି ବୋଲର ଏପର୍ଯ୍ୟନ୍ତ ପ୍ରଭାବଶାଳୀ ପ୍ରଦର୍ଶନ କରିବାରେ ସଫଳ ହୋଇ ପାରିନାହାନ୍ତି । ଯାହାକୁ ନେଇ ଧୋନୀ ସାମାନ୍ୟ ଚିନ୍ତାରେ ଥିବା ବେଳେ ଏବେ ସିଏସକେକୁ ଆଉ ଏକ ଝଟକା ଲାଗିଛି ।

Deepak Chahar Could Miss 4-5 Games IPL 2023 Due to Injury - Ex-CSK Star  Suresh Rainas HUGE Prediction

 

ଚେନ୍ନାଇର ୩ଟି ଯାକ ମ୍ୟାଚରେ ପ୍ରମୁଖ ଏବଂ ଅଭିଜ୍ଞ ବୋଲର ଭାବେ କେବଳ ଦୀପକ ଚହର ଦାୟିତ୍ୱ ନେଇଥିଲେ । ତେଣୁ ଦଳର ବୋଲିଂ ବିଭାଗ ଦୁର୍ବଳ ରହିଥିଲା । କିନ୍ତୁ ମୁମ୍ବାଇ ବିପକ୍ଷ ମ୍ୟାଚରେ ଧୋନୀଙ୍କୁ ଆଉ ଏକ ବଡ ସମସ୍ୟାର ସାମନା କରିବାକୁ ପଡିଛି । ଏକମାତ୍ର ଅଭିଜ୍ଞ ବୋଲର ଭାବେ ଦାୟିତ୍ୱ ନେଇଥିବା ଦୀପକ ଚହର ମଧ୍ୟ ଆହତ ହୋଇଛନ୍ତି । ତେଣୁ ଏହି ଆଘାତ ଯୋଗୁଁ ଦୀପକ ଦଳରୁ ବାଦ୍ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି । ବାମ ଗୋଡରେ ହାର୍ମଷ୍ଟ୍ରିଙ୍ଗ ଜନିତ ସମସ୍ୟା ପୁଣିଥରେ ଦେଖା ଦେଇଛି । ଯେଉଁଥିପାଇଁ ମୁମ୍ବାଇ ବିପକ୍ଷ ମ୍ୟାଚରେ ମାତ୍ର ୧ ଓଭର ବୋଲିଂ କରି ପାଭିଲିୟନ ଫେରି ଯାଇଥିଲେ ଦୀପକ । ତେବେ ଆଗକୁ କିଛି ମ୍ୟାଚରେ ଦୀପକ ଦଳରୁ ବାଦ୍ ପଡିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

IPL 2023, Deepak Chahar Injury | CSK को लगा बड़ा झटका, चोट के कारण आईपीएल  से बाहर हो सकता है यह स्टार खिलाड़ी | Navabharat (नवभारत)

ତେବେ ଦୀପକଙ୍କ ବିନା ଚେନ୍ନାଇର ବୋଲିଂ ବିଭାଗ ଆହୁରି ଦୁର୍ବଳ ହୋଇଯିବ । କାରଣ ବେନ ଷ୍ଟୋକ୍ସ ଆଘାତ ଯୋଗୁଁ କିଛି ମ୍ୟାଚରେ ଖେଳି ନ ପାରନ୍ତି । ତେଣୁ ପେସ ବୋଲିଂରେ ବର୍ତ୍ତମାନ ଅଭିଜ୍ଞ ବୋଲରଙ୍କ ଅଭାବ ପରିଲକ୍ଷିତ ହେବ । ଯାହା ଫଳରେ ବାଧ୍ୟ ହୋଇ ଧୋନୀଙ୍କୁ ରାଜବର୍ଦ୍ଧନେ ହଙ୍ଗରଗେକର ଏବଂ ତୁଷାର ଦେଶପାଣ୍ଡେଙ୍କ ଉପରେ ଭରସା କରିବାକୁ ହେବ । ତେଣୁ ସିସନ୍ଦା ମଗାଲା ଏବଂ ଡ୍ୱେନ ପ୍ରିଟୋରିୟସ ପେସ ଡିପାର୍ଟମେଣ୍ଟରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି । ଏହାବ୍ୟତୀତ ଷ୍ଟାର ବୋଲର ମଥୀଷା ପଥୀରାନା ମଧ୍ୟ ଖୁବଶୀଘ୍ର ଦଳରେ ଯୋଡି ହେବେ ବୋଲି ଆଶା କରାଯାଉଛି । ଯାହା ଫଳରେ ଧୋନୀଙ୍କୁ ଆଉ ଏକ ବିକଳ୍ପ ମିଳିଯିବେ । ତେବେ ଦୀପକଙ୍କ ଖେଳିବା ନେଇ ମେଡିକାଲ ଟିମର ସଂକେତକୁ ଅପେକ୍ଷା କରିଛନ୍ତି ଏମ.ଏସ ଧୋନୀ ।

Get real time updates directly on you device, subscribe now.