fbpx

ରାତ୍ରି ଭୋଜନ ୭ଟାରେ କଲେ ମିଳେ କି ଲାଭ….ଜାଣିନିଅନ୍ତୁ ଏହାର ଫାଇଦା

ଓଡିଶା ଭାସ୍କର : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭୋଜନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାସହ ସଠିକ ସମୟରେ ଖାଦ୍ୟ ଖାଇବା ମଧ୍ୟ ନିତାନ୍ତ ଜରୁରୀ। ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି ସହ ଅନେକ ରୋଗ ହୋଇଥାଏ । ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ବୃଦ୍ଧି କରିଥାଏ । ତେବେ ଜାଣନ୍ତୁ ୭ଟା କିମ୍ବା ୭ଟା ପୂର୍ବରୁ ରାତ୍ରି ଭୋଜନ କରିବା ଦ୍ୱାରା କି ଲାଭ ମିଳିଥାଏ।

କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଶୀଘ୍ର ରାତ୍ରି ଭୋଜନ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଏହା ସହିତ ଶରୀରର ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ବଦହଜମି, ବାନ୍ତି, ଗ୍ୟାଷ୍ଟ୍ରିକ୍‌‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ଜଳୀୟଅଂଶ ସଠିକ୍‌‌ ପରିମାଣରେ ରହିଥାଏ । ଶୀଘ୍ର ଭୋଜନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ସହ ମଧୁମେହ ରୋଗର କାରଣ ପାଲଟିଥାଏ।

ଆସନ୍ତୁ ଜାଣିବା ଶୀଘ୍ର ଭୋଜନ କଲେ କି ଲାଭ ମିଳେ :

-ରାତିରେ ଶୀଘ୍ର ଭୋଜନ କରିବା ଦ୍ୱାରା ଶରୀରକୁ ଆରାମ ମିଳିବା ସହ ରାତିରେ ଉତ୍ତମ ନିଦ ହୋଇଥାଏ।

-ଶୀଘ୍ର ଭୋଜନ କରିବା ହୃଦୟ ପାଇଁ ଲାଭଦାୟକ। ଏହା ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ରୋଗ ନହେବାର ସମ୍ଭାବନା ରହିଥାଏ।

-ରାତିରେ ଜଲଦି ଖାଇବା ପରେ ସଠିକ ସମୟରେ ଶୋଇବା ଦ୍ୱାରା ସକାଳେ ଆପଣ ସତେଜ ଅନୁଭବ କରିବା ସହ ଥକ୍କାପଣ ଅନୁଭବ ହୋଇନଥାଏ।

-ପେଟରେ ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ସଠିକ ସମୟରେ ଭୋଜନ କରନ୍ତୁ।

-ରାତ୍ରୀ ଭୋଜନ ଶୀଘ୍ର କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଫଳରେ କୋଲେଷ୍ଟେରୋଲ୍‌‌ ଓ ମେଦବହୁଳତା ସମସ୍ୟା ହୋଇନଥାଏ। ଏହାଦ୍ୱାରା ହୃଦୟ ଜନିତ ସମସ୍ୟା ହୋଇନଥାଏ। ହୃଦୟ ସୁସ୍ଥ ରହିଥାଏ।

Get real time updates directly on you device, subscribe now.