fbpx

Flag Unfurling ଏବଂ Flag Hoisting ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ…

ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ ହୋଇଥାଏ । ତେବେ ଆପଣମାନେ କଣ ଜାଣିଛନ୍ତି ଗଣତନ୍ତ୍ର ଦିବସ ଦିନ ପତାକା ଉତ୍ତୋଳନକୁ Flag Unfurling କୁହାଯାଉଥିବା ବେଳେ ସ୍ୱାଧୀନତା ଦିବସରେ ହେଉଥିବା ପତାକା ଉତ୍ତୋଳନକୁ Flag Hoisting କୁହାଯାଏ । ଏହି ଦୁଇଟି ଶବ୍ଦ ଏକା ପରି ମନେ ହେଉଥିଲେ ମଧ୍ୟ ଶବ୍ଦାର୍ଥ ଭିନ୍ନ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି Flag Unfurl କରିଥାନ୍ତି । ସେହିପରି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ Flag Hoist କରିଥାନ୍ତି । କହିରଖୁଛୁ ଗଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ପୂର୍ବରୁ ତ୍ରିରଙ୍ଗାକୁ ରଖିବା ଶୈଳୀ ଗୁରୁତ୍ୱ ବହନ କରିଥାଏ ।

ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାବେ ଫୋଲ୍ଡ ବା ରୋଲ କରାଯାଇଥାଏ । ଏହା ପରେ ପୋଲ ବା ଖୁଣ୍ଟରେ ଉପରେ ପଟକୁ ମୁହଁ କରି ବନ୍ଧା ଯାଇଥାଏ । ରାଷ୍ଟ୍ରପତି ପତାକାର ଡୋରୀ ଟାଣିବା ମାତ୍ରେ ପତାକା ଖୋଲିଥାଏ ଏବଂ ଏହାକୁ Flag Unfurling କୁହାଯାଏ । ସ୍ୱାଧୀନତା ଦିବସରେ ତ୍ରିରଙ୍ଗାକୁ ତଳୁ ଉପରକୁ ଟଣାଯାଇଥାଏ । ଏଥିରେ ତ୍ରିରଙ୍ଗା ତଳୁ ଲହରେଇ ଖୁଣ୍ଟର ଉପର ପଟକୁ ଯାଇଥାଏ । ଏହାକୁ Flag Hoisting କୁହାଯାଏ । Flag Unfurling ଅର୍ଥ ସମ୍ବିଧାନରେ ଦିଆଯାଇଥିବା ସିଦ୍ଧାନ୍ତ ଏବଂ ନିୟମଗୁଡ଼ିକ ପାଇଁ ଦେଶ ପ୍ରତିବଦ୍ଧତା ପ୍ରକାଶ କରୁଛି । ଏହା ସହ ଭାରତକୁ ଏକ ଗଣତାନ୍ତ୍ରିକ ଦେଶର ପ୍ରତୀକ ଭାବରେ ଦେଖାଯାଏ । ସେହିପରି ସ୍ୱାଧୀନତା ଦିବସରେ Flag Hoisting ଏକ ନୂତନ ଦେଶର ଉଦୟର ପ୍ରତୀକ ଅଟେ । ଏହା Colonial Ruleରୁ ସ୍ୱାଧୀନତାକୁ ସୂଚାଇଥାଏ ।

Get real time updates directly on you device, subscribe now.