fbpx

ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କ ମାସିକ ଦରମା କେତେ, ମ୍ୟାଚ ଖେଳିବା ପାଇଁ PCB ପକ୍ଷରୁ ପାଆନ୍ତି କେତେ ଟଙ୍କା ?

ଓଡ଼ିଶା ଭାସ୍କର: ବାସ୍ତବରେ ନୂଆ ବଲ ସହ ଶାହିନଙ୍କୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ । ସେ ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ସର୍ବାଧିକ ବେତନ ପ୍ରାପ୍ତ ଚୁକ୍ତି ତାଲିକାରେ ରଖିଛି । ଗତ ଶୁକ୍ରବାର ଅର୍ଥାତ ୧୪ ତାରିଖରେ ଚଳିତ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଛି ସବୁଠୁ ବଡ଼ ମ୍ୟାଚ । ଯେଉଁ ମ୍ୟାଚ ଉପରେ ରହିଥିଲା ସମସ୍ତଙ୍କ ନଜର । ଏହି ମ୍ୟାଚରେ ଭାରତର ବଡ ବିଜୟ ହୋଇଛି । ପାକିସ୍ତାନକୁ ୭ ୱିକେଟର ହରାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଛକା ବର୍ଷାରେ ପାକିସ୍ତାନର ବାବାର ସେନା ଧରାଶାୟୀ ହୋଇଥିଲା ।

କିନ୍ତୁ ଏହାରି ଭିତରେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦଙ୍କ ଜଲୱା ଦେଖିବାକୁ ମିଳିଥିଲା । ୧୯୨ ରନର ପିଛା କରିଥିବା ଭାରତ ବିସ୍ପୋରକ ଷ୍ଟାଇଳରେ ଇନିଙ୍‌ଗସ ଆରମ୍ଭ କରିଥିଲା । ପ୍ରଥମେ ଶୁଭମନ ଗିଲ୍ ୧୧ ବଲ୍‌ରେ ୪ ଟି ଚୌକା ସହ ୧୬ ରନ୍ କରିଥିବା ବେଳେ ଶାହିନ୍ ଆଫ୍ରିଦଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଠିକ୍ ସେହିପରି ରୋହିତ୍ ଶର୍ମା ୬୩ ବଲ୍‌ରେ ୬ଟି ଛକା ଓ ୬ ଟି ଚୌକା ସହ ୮୬ ରନ୍ କରିଥିବା ବେଳେ ଶାହିନ୍ ଆଫ୍ରିଦଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ବାସ୍ତବରେ ନୂଆ ବଲ ସହ ଶାହିନଙ୍କୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ । ସେ ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ସର୍ବାଧିକ ବେତନ ପ୍ରାପ୍ତ ଚୁକ୍ତି ତାଲିକାରେ ରଖିଛି ।

ଶାହିନ୍ ଆଫ୍ରିଦିଙ୍କୁ କ୍ୟାଟେଗୋରୀ-ଏ ରେ ରଖାଯାଇଛି । ଏହି କ୍ୟାଟେଗୋରୀ-ଏ ରେ ସାମିଲ ଥିବା ଖେଳାଳିମାନେ ପ୍ରତି ମାସରେ ୧୫,୯୦୦ ଡଲାର (୧୩.୨୫ ଲକ୍ଷ ଟଙ୍କା) ପାଉଛନ୍ତି । ଅର୍ଥାତ୍ ଶାହିନଙ୍କ ବାର୍ଷିକ ଆୟ ହେଉଛି ୧.୬୦ କୋଟି ଟଙ୍କା ।ଚଉଈ କେବଳ ଦୁଇ ମାସ ପୂର୍ବରୁ କ୍ୟାଟେଗୋରୀ-ଏ ଚୁକ୍ତିନାମାର ବେତନ ବୃଦ୍ଧି କରିଛି । ଏହାପୂର୍ବରୁ ଏହି ବର୍ଗର ଖେଳାଳିମାନେ କେବଳ ୪୭୦୦ ଡଲାର (୪ ଲକ୍ଷ ଟଙ୍କା) ଦରମା ପାଉଥିଲେ । ଚଉଈ କେବଳ ଦୁଇ ମାସ ପୂର୍ବରୁ କ୍ୟାଟେଗୋରୀ-ଏ ଚୁକ୍ତିନାମାର ବେତନ ବୃଦ୍ଧି କରିଛି । ଏହାପୂର୍ବରୁ ଏହି ବର୍ଗର ଖେଳାଳିମାନେ କେବଳ ୪୭୦୦ ଡଲାର (୪ ଲକ୍ଷ ଟଙ୍କା) ଦରମା ପାଉଥିଲେ । ଚଉଈ ରୁ ଏହି ଆୟ ବ୍ୟତୀତ ଶାହିନଙ୍କର ଅନେକ ଆୟର ଉତ୍ସ ମଧ୍ୟ ଅଛି । ସେ ପାକିସ୍ତାନ ସୁପର ଲିଗରେ ବିପୁଳ ପରିମାଣର ଟଙ୍କା ପାଆନ୍ତି । ସେ କିଛି ବ୍ରାଣ୍ଡକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି । ତା’ପରେ ସେ କିଛି ନିବେଶ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.