fbpx

ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ କ’ଣ? Red, Yellow, Orange…ସଠିକ ଉତ୍ତର ଜାଣନ୍ତୁ

Advertisement

ଓଡିଶା ଭାସ୍କର: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା। ସୂର୍ଯ୍ୟୋଦୟର ଏହି ସ୍ପର୍ଶ ପାଇବା ପାଇଁ ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି। ତାଙ୍କ ବିନା ଜୀବଜଗତର କୌଣସି ଅସ୍ତିତ୍ୱ ନାହିଁ। ଅନ୍ୟପଟେ ବିଜ୍ଞାନର ଅବଦାନ ଅତୁଳନୀୟ କାରଣ ସୂର୍ଯ୍ୟ, ଚନ୍ଦ୍ର ଓ ଜୀବ ଜଗତ ସବୁରି ବିଷୟରେ ତଥ୍ୟ ଆମେ ବିଜ୍ଞାନରୁ ହିଁ ଜାଣିବାକୁ ପାଇଥାନ୍ତି। ଆଜି ବିଜ୍ଞାନ ବଳରେ ଆମେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚି ସାରିଛେ। ଏହା ସହ ଗ୍ରହ, ନକ୍ଷତ୍ର, ସୂର୍ଯ୍ୟ, ଚନ୍ଦ୍ରର ଆକାର, ରଙ୍ଗ, ଗତିବିଧି ଆମେ ସବୁ ଜାଣିସାରିଲେଣି। ତେବେ ଆପଣଙ୍କୁ ଜଣା ଅଛି କି, ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ କ’ଣ?

ସୂର୍ଯ୍ୟ କିରଣ ବିଭିନ୍ନ ରଙ୍ଗରେ ଦୃଶ୍ୟମାନ ହୋଇଥାଏ। କେହି କେହି ସୂର୍ଯ୍ୟକୁ ନାଲି ବୋଲି କହିଥାନ୍ତି ତ ଆଉ କେହି ଏହାକୁ ହଳଦିଆ ବୋଲି କହିଥାନ୍ତି। କିନ୍ତୁ ବାସ୍ତବରେ ଏହାର ରଙ୍ଗ କିଛି ଭିନ୍ନ ହୋଇଥାଏ। କେତେକ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ ହଳଦିଆ କିମ୍ବା ଲାଲ ବଦଳରେ ଧଳା ହୋଇଥାଏ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ପ୍ରକାଶିତ ସୂର୍ଯ୍ୟଙ୍କ ଛବିରେ ମଧ୍ୟ ଏହି ତଥ୍ୟା ସାମ୍ନାକୁ ଆସିଛି। ବାସ୍ତବରେ ସୂର୍ଯ୍ୟ ହେଉଛି ଏକ ମିଶ୍ରିତ ରଙ୍ଗ ଗୋଷ୍ଠୀର ଜ୍ୱଳନ୍ତ ପିଣ୍ଡ। ଯଦି କେହି ଏହାକୁ ନିଜ ଆଖିରେ ଦେଖନ୍ତି ତାହେଲେ ଏହାର ରଙ୍ଗ ଧଳା ହୋଇଥାଏ। ଯଦିଓ ଆପଣ ଏହାକୁ ଯତ୍ନର ସହ ଦେଖନନ୍ତି, ତାହେଲେ ଆପଣ ଜାଣିପାରିବେ ଯେ ସୂର୍ଯ୍ୟର ପ୍ରକୃତ ରଙ୍ଗ ଧଳା ହୋଇଥାଏ। ତେବେ ସୂର୍ଯ୍ୟ ଠାରେ ଇନ୍ଦ୍ରଧନୁର ସମସ୍ତ ରଙ୍ଗ ମହଜୁଦ ରହିଛି। ଏହି ସମସ୍ତ ରଙ୍ଗ ସୂର୍ଯ୍ୟ ଦ୍ୱାରା ନିର୍ଗତ ହୁଏ। ଏହି ସମସ୍ତ ମିଶ୍ରଣକୁ ପଦାର୍ଥ ବିଜ୍ଞାନରେ ଧଳା ରଙ୍ଗ କୁହାଯାଏ। ଏହି କାରଣରୁ ସୂର୍ଯ୍ୟ କିରଣ ବିଭିନ୍ନ ରଙ୍ଗରେ ଦୃଶ୍ୟମାନ ହୋଇଥାଏ।

 

Get real time updates directly on you device, subscribe now.