fbpx

କଣ ରହିଛି ନଡ଼ିଆ ପାଣି ପିଇବାର ସଠିକ ସମୟ? ନହେଲେ ହେଇପାରେ ଏଭଳି ସମସ୍ୟା

ଭୂବନେଶ୍ୱର : ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି କୁହାଯାଏ । ଏହା ଗରମ ଦିନରେ ବହୁତ ଆରାମ ଦେଇଥାଏ , କିନ୍ତୁ ଜାଣିଛନ୍ତି କି ଏହାକୁ ପିଇବାର ସଠିକ ସମୟ କଣ ? ଗରମ ଦିନରେ ଥଣ୍ଡା ପିଇବାର ମଜା ହିଁ କିଛି ଅଲଗା ହୋଇଥାଏ, ଯେମିତିକି ନଡ଼ିଆର ପାଣି । ଆପଣମାନେ ନଡ଼ିଆ ପାଣି ପିଇବାର ଫାଇଦା ତ ଜାଣିଛନ୍ତି, ସେ ପେଟକୁ ଥଣ୍ଡା କରିବା ସହିତ ଶରୀରକୁ ଆରାମ ମଧ୍ୟ ଦେଇଥାଏ ।

ଏହା ସହିତ ସେ ଜଳ ଶୂନ୍ୟତାକୁ ଦୂର କରିଥାଏ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ । ଯାହା ବି ହେଉ ଗରମ ଦିନରେ ଆମେ ଅଧିକ ନଡ଼ିଆ ପାଣି ସେବନ କରିଥାଉ, କିନ୍ତୁ ନଡ଼ିଆ ପାଣି କିଛି ଲୋକଙ୍କ କ୍ଷତି ମଧ୍ୟ କରିଥାଏ । ସଠିକ ସମୟରେ, ସଠିକ ଉପାୟରେ ଏବଂ ସଠିକ ପରିମାଣରେ ନଡ଼ିଆ ପାଣି ପିଇବା ଆବଶ୍ୟକ ।

ସୂଚନା ଅନୁଯାୟୀ ନଡ଼ିଆ ପାଣି ପିଇବା ଦ୍ୱାରା ନିମ୍ନ ରକ୍ତଚାପ, ବିଭିନ୍ନ ପେଟ ଯନ୍ତ୍ରଣା , ଥଣ୍ଡା-କାଶ-ଜ୍ୱର , ଓଜନ ବଢିବାର ମଧ୍ୟ ସମସ୍ୟା ଇତ୍ୟାଦି ଦେଖାଦେଇଥାଏ । ଏହାକୁ ଅଧିକ ପରିମାଣରେ ସେବନ କରିବା ଦ୍ୱାରା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯେଉଁ ବ୍ୟକ୍ତି ମାନଙ୍କର ଠାରେ ସୁଗର ଭଳି ରୋଗ ଥାଏ,ସେମାନେ ପଇଡ଼ ପାଣି ପିଇବା ଉଚିତ ନୁହୋଁ କାରଣ ଏହା ଦ୍ୱାରା ସୁଗରର ସ୍ତର ଶୀଘ୍ର ବଢିଥାଏ । ଯଦି ଶରୀରରେ କୌଣସି ତତ୍ୱ ବଢିଯାଏ ତେବେ ଶରୀରରୁ ପାଣି ସୁଖିବାରେ ଲାଗିଥାଏ । ଯାହାଫଳରେ କି ଡ଼ାଇରିଆ ହେବାର ସମ୍ଭାବନା ଥାଏ ।

Get real time updates directly on you device, subscribe now.