fbpx

ଭାରତରେ ପ୍ରଥମଥର ଡିଜିଟାଲ ହେବ ଜଣଗଣନା, ମୋବାଇଲ ଫୋନରେ ଦେଇପାରିବେ ସୂଚନା

ନୂଆଦିଲ୍ଲୀ: ଡିଜିଟାଲ ଜଣଗଣନା ମାଧ୍ୟମରେ ନିଜ ପରିବାର ସଦସ୍ୟଙ୍କ ସୂଚନା ବଦଳାଇବା ସହିତ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଓ ପରିବାର ସଦସ୍ୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବାରେ ଆପଣ ସକ୍ଷମ ହେବେ । ଏହିପରି ଜନଗଣନା କରିବାକୁ ନେଇ ସମ୍ଭାବନା ରହିଛି କି, ଖୁବଶୀଘ୍ର ଜନଗଣନା ସଂଖ୍ୟା ଜାରି ହୋଇଯିବ ।

ଡିଜିଟାଲ୍ ଜନଗଣନା କ’ଣ?
ଭାରତରେ ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବାକୁ ଯାଉଛି । ଜନଗଣନାକୁ ଡିଜିଟାଇଜେସନ୍ କରିବା ଦ୍ୱାରା ଘର-ଘର ଯାଇ ଲମ୍ବା ଫର୍ମ ପୂରଣ କରିବାର ପ୍ରକ୍ରିୟାରୁ ମୁକ୍ତି ମିଳିବ ଏବଂ ଘରେ ବସି ମୋବାଇଲ୍ ଫୋନ୍ ମାଧ୍ୟମରେ ଜନଗଣନାର ସମସ୍ତ ତଥ୍ୟ ସହଜରେ ପ୍ରଦାନ କରିପାରିବେ । ଏହି ପ୍ରକ୍ରିୟା ପୂର୍ବ ତୁଳନାରେ ଜନଗଣନା ତଥ୍ୟକୁ ବହୁତ ଶୀଘ୍ର ସଂଗ୍ରହ ଏବଂ ଉପଲବ୍ଧ କରାଇବାରେ ସକ୍ଷମ ହେବ, ଯାହା ପରେ ସରକାରଙ୍କୁ ଶୀଘ୍ର ଏହାର ନୀତି ପ୍ରଣୟନ ପାଇଁ ସର୍ବଶେଷ ତାରିଖ ମିଳିଯିବ ।

ଭାରତରେ ଜନଗଣନା ପ୍ରକ୍ରିୟା ୨୦୨୧ ମସିହାରେ କରିବାର ଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏଥିରେ ବିଳମ୍ବ ହୋଇଯାଇଥିଲା । ତଥାପି ବର୍ତ୍ତମାନ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଦେଶର ପ୍ରାୟ ୩୩ କୋଟି ପରିବାରରୁ ୧୩୬ କୋଟି ଜନସଂଖ୍ୟାଙ୍କ ତଥ୍ୟ ଏକତ୍ର ସଂଗ୍ରହ କରାଯିବ ।

ଡିଜିଟାଲ ଜନଗଣନା କାହିଁକି କରାଯାଉଛି?
ପୂର୍ବରୁ ଏତେ ପରିମାଣର ତଥ୍ୟକୁ ବିଭିନ୍ନ କ୍ଷେତ୍ରରୁ ସଂଗୃହିତ ସଂଖ୍ୟାକୁ ଡିଜିଟାଇଜ୍ କରିବା ଏକ ବିଶାଳ ଏବଂ ଖର୍ଚ୍ଚକାରୀ କାମ ଥିଲା, ଯାହାଫଳରେ ପ୍ରାୟ ଏକ ଦଶନ୍ଧି ଧରି ଏହି ପ୍ରକ୍ରିୟା ଓ ପରିମାଣର ପ୍ରସାରରେ ଅଧିକ ସମୟ ଲାଗୁଥିଲା । ଏଭଳି ପରିସ୍ଥିତିରେ ସରକାର ଅନୁଭବ କରିଛନ୍ତି ଯେ, ଏହି କାରଣରୁ ଶୀଘ୍ର ଯୋଜନା ତଥା ନୀତିନିୟମ କରିବାରେ ତଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ହ୍ରାସ ପାଇଛି, ଏହି କାରଣରୁ ଏହା ଭାରତରେ ଏକ ଡିଜିଟାଲ୍ ଜନଗଣନା କରିବାକୁ ଯୋଜନା ଚାଲିଛି । ଏହା ମାଧ୍ୟମରେ ଲୋକମାନଙ୍କୁ ଏହି ପ୍ରକ୍ରିୟାର ଅଂଶ କରି ସେମାନଙ୍କ ହାତରେ ଶକ୍ତି ଦେବାର ସୁଯୋଗ ଦିଆଯିବ ।

୧୦୦ ପ୍ରତିଶତ ଡିଜିଟାଲ ଜନଗଣନା ସମ୍ଭବ
ଏହି ପ୍ରକ୍ରିୟା ମାଧ୍ୟମରେ ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସୂଚନା ବଦଳାଇବା ସହିତ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଓ ପରିବାରର କୌଣସି ବି ସଦସ୍ୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇପାରିବେ । ଏସବୁ ଗୋଟିଏ ପ୍ରକ୍ରିୟା ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ କରାଯିବ । ଏହି ପୋର୍ଟାଲରେ ଥିବା ତଥ୍ୟଗୁଡିକ ସାମାଜିକ-ଆର୍ଥିକ ସ୍ଥିତିର ୩୫ ପାରାମିଟର ଉପରେ ଯାଞ୍ଚ ଏବଂ ଅଡିଟ୍ କରାଯିବ ।

Get real time updates directly on you device, subscribe now.