fbpx

ଅଶୁଭ ସୋମବାର! ଘଟିଗଲା ଦୁଇଟି ବଡ଼ ଦୁର୍ଘଟଣା, ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହିପାରିବେ ନାହିଁ । ଆଜିକାଲି ଜନଗହଳିପୂର୍ଣ୍ଣ ରାସ୍ତାଘାଟରେ ମଦ୍ୟପାନ, ଅସାବଧାନତା ଆଦି କାରଣରୁ ଅନେକ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଟ୍ରେନ ଦୁର୍ଘଟଣା ଘଟିଲେ ତାହା ସବୁଠାରୁ ବେଶି ଦୁଃଖ ବଢ଼ାଇ ଦେଇଥାଏ । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣ।।ରେ ଅକାଳରେ ଅନେକ ଲୋକଙ୍କର ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ଆଜି ଝାରଖଣ୍ଡରେ ଦୁଇଟି ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ଜୀବନ ହାନୀ ଘଟିଛି । ପ୍ରଥମ ଦୁର୍ଘଟଣା ହାୱଡ଼ା-ନୂଆଦିଲ୍ଲୀ ରେଲ ପଥର ଧାନବାଦ ଜିଲ୍ଲାରେ ଘଟିଥିଲା । ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୮ ଜଣ ଠିକା ଶ୍ରମିକ ଜୀଅନ୍ତା ଜଳିଯାଇଥିଲେ । ଧାନବାଦ ରେଳ ଷ୍ଟେସନ ନିଚିତପୁର ଫାଟକ ନିକଟରେ ରହିଥିବାରୁ ସେଠାରେ ଥିବା ପୋଲରେ ବିଦ୍ୟୁତ ଲାଗିଯାଇଥିଲା ।

ସେହିପରି ରାଞ୍ଚିରେ ମଧ୍ୟ ଏକ ଟ୍ରକ ଓ ବାଇକ ମଧ୍ୟରେ ଭୀଷଣ ଟକ୍କର ହୋଇ ଘଟଣାସ୍ଥଳରେ ଦୁଇଜଣ ଲୋକଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣଙ୍କର ଅବସ୍ଥା ଗମ୍ଭୀର ରହିଛି । ଏହି ଦୁର୍ଘଟଣାରେ ଦୁଇ ମୃତକ ବାଇକ୍ ଚାଳକ ବୋଲି ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ପରିସ୍ଥିତି ଜଟିଳ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.