fbpx
BJD SKY
BJD SKY

(VIDEO)କଣ ରହିଛି ଏହି ଗାଁର ରହସ୍ୟ? ରାତି ହେଲେ ଉଭାନ ହେଉଛି ଘର,

BJD

କୁହାଯାଏ ଦୁନିଆରେ ସମୟଠାରୁ ଅଧିକ ଶକ୍ତିଶାଳୀ କିଛି ନାହିଁ । ସମୟର କ୍ଷୟକ୍ଷତି ଯୋଗୁଁ ଦୁନିଆର ବଡ ସାମ୍ରାଜ୍ୟଗୁଡିକ ମାଟିରେ ମିଶିଯାଉଛି । ନିଜକୁ ଅନନ୍ତ ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ବା ଜିନିଷ ସମୟ ଦ୍ୱାରା ପରିବର୍ତ୍ତନ ହୋଇଯାଉଛି ଏବଂ ସମୟ ଦ୍ୱାରା ଦର୍ଶାଯାଇଛି ଯେ ତା ଅପେକ୍ଷା ଏହି ଦୁନିଆରେ ଆଉ ଅନନ୍ତ କିଛି ନାହିଁ । ତେବେ ଆମେ ଯଦି ଟିକେ ପଛକୁ ଫେରିବା ଏ ଦୁନିଆଟା ଆମକୁ ରହସ୍ୟମୟ ଦେଖାଯାଏ । ଏ ସମଗ୍ର ବ୍ରହ୍ମାଣ୍ଡରେ ଏପରି ଅନେକ କିଛି ଜିନିଷ ଅଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ, ଚକିତ ଏବଂ ଭୟଭୀତ କରାଇଦିଏ । ତେବେ ସେହିପରି ଏକ ଗାଁ ରହିଛି ସଂଯୁକ୍ତ ଆରବ ଏମିରେଟ୍ସ ସହରରେ । ଯେଉଁଠାରେ ଏପରି ଗୋଟିଏ ସ୍ଥାନ ଅଛି ଯାହାକୁ ଭୂତ ସହର ବୋଲି କୁହାଯାଏ । ଏଥିସହିତ ଏଠାରେ ଥିବା ଘର ଗୁଡକ ରାତି ହେଲେ ଉଭାନ ହୋଇଯାଏ । ତେବେ ଘଟଣାଟି ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ ଅଟେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘଟଣାର ପ୍ରକୃତ ରହସ୍ୟ ବିଷୟରେ…

ତେବେ ସଂଯୁକ୍ତ ଆରବ ଏମିରେଟ୍ସ ଏଠାରେ ଥିବା ଏହି ଅଲ ମ୍ୟାଡାମର ଭୂତ ସହର ଭାବରେ ବେଶ ଜଣାଶୁଣା । କାରଣ ସେଠାରେ ରହିବା ପାଇଁ ତ ଘର ଅଛି ହେଲେ କେହି ଲୋକ ରହୁ ନାହାନ୍ତି । ଅଲ ମ୍ୟାଡାମ ନାମକ ଏହି ଗାଁକୁ ଅଲ ମ୍ୟାଡାମର ବୁରିଡ୍ ଗ୍ରାମ କୁହାଯାଏ । ଏହାର କାରଣ ଏହିଁ ଗାଁ ମରୁଭୂମିରେ ଗଢିଉଠିଛି । ବହୁ ବର୍ଷ ପୂର୍ବେ ଅଲ କୁଟବି ଜନଜାତିର ଲୋକମାନେ ଏହି ଗାଁରେ ରହୁଥିଲେ । ଅଲ ମ୍ୟାଡାମ ନିକଟରେ ବାସ କରୁଥିବା ଏହି ମେଜର ନାମକ ଏହି ପ୍ରମୁଖ ଜନଜାତି ମଧ୍ୟରୁ ଏହା ଅନ୍ୟତମ ।

ଅନେକ ସମୟରେ ଏଠାରେ ନକରାତ୍ମକ ଶକ୍ତିକୁ ଲୋକେ ଅନୁଭବ କରିଛନ୍ତି । ଲୋକମାନେ କାହିଁକି ଏଠାରୁ ଚାଲିଗଲେ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଅନେକ ଦଶନ୍ଧି ଧରି ଏହି ଗାଁଟି ମରୁଭୂମି ଭିତରେ ଅବସ୍ଥିତ । ଗାଁ ଭିତରେ ଭ୍ରମଣ କରିବା ସମୟରେ ଆପଣ ଅନେକ ଘର ବାଲିରେ ଛାତ ଏବଂ କିଛି ଅଧା ଆଛାଦିତ ହୋଇଥିବାର ଦେଖିବେ । ତେବେ ବାଲି ଘର ଭିତରେ ସଂପୂର୍ଣ୍ଣ ଭାବରେ ପ୍ରବେଶ କରିଛି । ଯେଉଁମାନେ ଗାଁ ପରିଦର୍ଶନ କରିଛନ୍ତି ସେମାନେ ଦାବି କରିଛନ୍ତି ଗାଁରେ କିଛି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି । ୧୯୭୦ ଏବଂ ୧୯୮୦ ଦଶକରେ ଏମିରେଟ୍ସରେ ଘର ନିର୍ମାଣ ପାଇଁ ଅନେକ ପ୍ରକଳ୍ପ ବ୍ୟବହୃତ ହୋଇଥିଲା । କିନ୍ତୁ ତାପରେ ଲୋକମାନେ କାହିଁକି ଏଠାରୁ ଚାଲିଗଲେ ତାହା ଏବେବି ରହସ୍ୟ ହୋଇ ରହିଛି । ଘର ଭିତରର ଶୋଇବା ସ୍ଥାନ ଏବଂ ଡାଇନିଙ୍ଗରେ ବହୁମାତ୍ରାରେ ବାଲି ଭର୍ତ୍ତି ହୋଇ ରହିଛି ।

ତେବେ ଏହି ସ୍ଥାନର ଦୁରତା ଦୁବାଇଠାରୁ ୬୦ କିଲୋମିଟର ହୋଇଥିବା ବେଳେ ଶାରଜା ଠାରୁ ୫୦ କିଲୋମିଟର ଦୁରରେ ଅବସ୍ଥିତ । ଅନେକ ସମୟରେ ପର୍ଯ୍ୟଟକ ମାନେ ଏଠାକୁ ଅନୁସନ୍ଧାନ କରିବାକୁ ଆସନ୍ତି । ଏମିତି ଦୁନିଆରେ ଅନେକ ସ୍ଥାନ ରହିଛି ଯାହା ଉପରୁ କେହି ପର୍ଦ୍ଦା ଉଠାଇପାର୍ନାହାନ୍ତି । ଯାହା ଆଜିବି ରହସ୍ୟ ହୋଇ ରହିଛି ।

Get real time updates directly on you device, subscribe now.