fbpx

କଟକରେ କେମିତି ଅଛି କରୋନା ସ୍ଥିତି? ଜାଣନ୍ତୁ କଣ କହିଲେ ଜିଲ୍ଲାପାଳ

କଟକ,୨୩ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକର କରୋନା ସ୍ଥିତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ସେ କହିଛନ୍ତି ଯେ, ‘କଟକ ଜିଲ୍ଲା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ କୋଟି ଅନୁଦାନ ପାଇଛି । ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି । ଆଇସିୟୁ ସଂଖ୍ୟା ୩୪ରୁ ୫୮କୁ ବୃଦ୍ଧିପାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଉଛି । ଏବେ ପର୍ଯ୍ୟନ୍ତ ୬୯ ହଜାର ୨୧୭ଟି ନମୁନା ପରୀକ୍ଷା କରାଯାଇଛି । ଆରଟିପିସିଆର ୪୨ ହଜାର ୯୪ ଓ ଆଣ୍ଟିଜେନ ଟେଷ୍ଟ ୨୭ ହଜାର ୧୨୩  ହୋଇଛି । କଟକରେ ଏବେ ଆକ୍ରାନ୍ତଙ୍କ ମୃତ୍ୟୁହାର ୦.୩୯ ପ୍ରତିଶତ ରହିଛି । କଟକରେ ସୁସ୍ଥ ହାର ୬୫.୭୭  ପ୍ରତିଶତ ରହିଛି । କଟକରେ ପ୍ଲାଜମା ଥେରାପୀ ଏକ ପ୍ରମୁଖ ଭୂମିକା ନେଉଛି । ବର୍ତ୍ତମାନ ସୁଦ୍ଧା ୧୬୮ ଜଣ ପ୍ଲାଜମା ଦାନ କରିଛନ୍ତି ।’

Get real time updates directly on you device, subscribe now.