fbpx

କଟକରେ କ’ଣ ରହିଛି କରୋନା ସ୍ଥିତି?

କଟକ,୧୬ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି । ଏହାରି ମଧ୍ୟରେ କଟକରେ କରୋନା ସ୍ଥିତି ନେଇ ଆଜି ତାଜା ଅପଡେଟ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ସେ କହିଛନ୍ତି ଯେ, ଆଜି ସୁଦ୍ଧା ୫୪,୮୮୪ଟି ସାମ୍ପୁଲ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୭୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ୧୦୨୦ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । କଟକରେ ସୁସ୍ଥତା ହାର ୭୨ ପ୍ରତିଶତ ରହିଛି । ଗତ ଅପେକ୍ଷା ଚଳିତ ସପ୍ତାହରେ ୧୭,୪୩୫ ନମୁନା ପରୀକ୍ଷା ହୋଇଛି । ୮ଟି କୋଭିଡ କେୟାରରେ ୧୨୩୦୦ଟି ବେଡ ରହିଛି । ୨୦୦ରୁ ଅଧିକ ଘରୋଇ କ୍ୱାରେଣ୍ଟାଇରେ ଏବେ ଅଛନ୍ତି । ଏସସିବିରେ ପ୍ଲଜମା ବ୍ୟାଙ୍କ ଆରମ୍ଭ ହୋଇସାରିଛି । ୧୧୨ ଜଣଙ୍କଠାରୁ ୨୨୪ ୟୁନିଟ ପ୍ଲଜମା ସଂଗ୍ରହ କରାଯାଇଛି । ୩୯ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.