fbpx
BJD SKY
BJD SKY

“ସନ୍ନ୍ୟାସ ନେବାର ସମୟ ଆସିଗଲା’: ରୋହିତ ଶର୍ମାଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା

BJD

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦୁବାଇରେ ପହଞ୍ଚିଛି ଟିମ ଇଣ୍ଡିଆ । ଆସନ୍ତା ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ରୋହିତ ସେନା । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । କିନ୍ତୁ ଏହି ସମୟରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଛି । ଏହି ଭିଡିଓରେ ସେ ସନ୍ନ୍ୟାସକୁ ନେଇ କିଛି ସଂକେତ ଦେଇଥିବା ଜଣା ଯାଇଛି ।

ନିଜ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛି ବିସିସିଆଇ । ଏହି ଭିଡିଓରେ ଇଣ୍ଡିଆନ କ୍ୟାପଟେନ ରୋହିତ ଶର୍ମା ସ୍କେଟିଙ୍ଗ ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି । କ୍ୟାପ୍ସନରେ ବିସିସିଆଇ ଲେଖିଛି, “ପ୍ରାକ୍ଟିସ ପରେରୋହିତ ନିଜ ଷ୍ଟାଇଲରେ ଏଞ୍ଜୟ କରୁଛନ୍ତି’ । ଏହି ଭିଡିଓକୁ କିଛି ଫ୍ୟାନ୍ସମାନେ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାକୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଜଣେ ୟୁଜର ଭିଡିଓରେ କମେଣ୍ଟ କରିଛନ୍ତି ଯେ, ବର୍ଷକୁ ଗୋଟିଏ କିମ୍ବା ୨ଟି ମ୍ୟାଚ ଖେଳୁଛନ୍ତି, ଆହତ ହୋଇ ନ ଯାଆନ୍ତୁ । ଏବେ ପନ୍ତଙ୍କୁ ଅଧିନାୟକ କରିବାର ସମୟ ଆସିଗଲା । ତେଣୁ ବିରାଟ କୋହଲି ଏବଂ ରୋହିତଙ୍କର ସନ୍ନ୍ୟାସ ନେବା ସମୟ ଆସିଯାଇଛି । ଏହି ଦୁଇ ଖେଳାଳି ଅନେକ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବାରେ ବାଧା ସୃଷ୍ଟି କରୁଛନ୍ତି ।

ରୋହିତ ଶର୍ମା ନିଜ ବିସ୍ଫୋଟକ ବ୍ୟାଟିଂ ବଳରେ କୌଣସି ଟିମକୁ ଚକମା ଦେବାରେ ମାହିର । ଅଳ୍ପ ବଲରେ ଧୂଆଁଧାର ପାଳି ସହିତ ମ୍ୟାଚର ମେଶହ ବଦଳାଇ ଦେଇ ପାରନ୍ତି ରୋହିତ । ଟି-୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ ବନାଇବାରେ ସେ ସଫଳତା ଅର୍ଜନ କରିଛନ୍ତି ।

Get real time updates directly on you device, subscribe now.