fbpx
BSKY
BJD SHG SKY
BJD YOUTH SKY

ୟୁନିଫର୍ମ ସିଭିଲ୍ କୋଡ କ’ଣ: ଏହା ଦେଶରେ ଲାଗୁ ହେଲେ କ’ଣ ଫାଇଦା ମିଳିବ, କେଉଁ ନିୟମ ସବୁ ବଦଳିଯିବ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଆଜି ଉତ୍ତରାଖଣ୍ଡ କ୍ୟାବିନେଟରେ ୟୁସିସି ଡ୍ରାଫ୍ଟକୁ ମଞ୍ଜୁରୀ ମିଳିଛି । ଆସନ୍ତା ୬ ତାରିଖରେ ଏହା ବିଧାନସଭାରେ ଆଗତ କରାଯିବ । ତେବେ ଏହି କ୍ରମରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି କାର୍ଯ୍ୟକାରୀ କରିବାକୁ ଯାଉଛି । ତେବେ ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହାକୁ ବିଜେପି ସରକାର ଦେଶରେ ଲାଗୁ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ଲାଗୁ କଲେ କ’ଣ ଫାଇଦା ମିଳିବ, କ’ଣ ସବୁ ପରିବର୍ତ୍ତନ ଦେଖାଦେବ ଓ ଏନେଇ କେଉଁସବୁ ସାମ୍ବିଧାନିକ ନିୟମ ରହିଛି ସେ ବିଷୟରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

ୟୁସିସି ମାଧ୍ୟମରେ ଦେଶର ସବୁ ଧର୍ମ, ସମ୍ପ୍ରଦାୟର ଲୋକମାନେ ସମାନ ଆଇନଗତ ଅଧିକାର ପାଇବେ । ସହଜ ଭାଷାରେ କହିବାକୁ ଗଲେ ସବୁ ଧର୍ମର, ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ସମାନ ଆଇନ ଲାଗୁହେବ । ୟୁସିସି ସମ୍ବିଧାନର ଧାରା ୪୪ ଅଧିନରେ ଆସୁଛି । ସାରା ଭାରତବର୍ଷର ଲୋକଙ୍କ ପାଇଁ ଏକ ସମାନ ନାଗରିକ ସଂହିତା ସୁନିଶ୍ଚିତ କରିବା ପାଇଁ ସେଥିରେ କୁହାଯାଇଛି । ଏହି ଧାରା ଅଧିନରେ ଦେଶରେ ୟୁସିସି ଲାଗୁ କରିବାକୁ ଦାବି କରାଯାଉଛି । ଜନସଂଖ୍ୟା ବୃଦ୍ଧିକୁ ରୋକିବା ଓ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି ।

ଦୀର୍ଘ ଦିନ ହେଲା ଏହା ରାଜନୈତିକ ପ୍ରସଙ୍ଗର କେନ୍ଦ୍ରବିନ୍ଦୁ ହୋଇ ରହି ଆସିଛି । ବିଜେପି ଏହାକୁ ସର୍ବଦା ଏକ ପ୍ରାଥମିକ ଏଜେଣ୍ଡା ଭାବେ ଉପସ୍ଥାପିତ କରିଆସିଛି । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ୟୁସିସିକୁ ନେଇ ସଂସଦରେ ଆଇନ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ଦେଇଥିଲା । ଏବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ୟୁସିସି ଲାଗୁ କରିବା ନେଇ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ସାମିଲ କରିଥିଲା ।

ୟୁନିଫର୍ମ ସିଭିଲ କୋଡ କ’ଣ?

୧- ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ ।

୨- ପରିବାରର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ଅଧିକାର କ୍ଷେତ୍ରରେ ସମାନତା ରହିବ ।

୩- ଜାତି, ଧର୍ମ ବା ପରମ୍ପରା ଆଧାରରେ ନିୟମରେ କୌଣସି ଛାଡ଼ ରହିବ ନାହିଁ ।

୪- କୌଣସି ଧର୍ମର ଲୋକଙ୍କ ପାଇଁ ଅଲଗା ନିୟମ ରହିବ ନାହିଁ ।

ୟୁସିସି ଲାଗୁ ହେଲେ କ’ଣ ହେବ?

୧- ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ପାଇଁ ଗୋଟିଏ ଆଇନ ହେବ ।

୨- ଯେଉଁ ଆଇନ ହିନ୍ଦୁଙ୍କ ପାଇଁ ରହିବ, ତାହା ଅନ୍ୟ ଧର୍ମ ପାଇଁ ମଧ୍ୟ ରହିବ ।

୩- ବିନା ଛାଡ଼ପତ୍ରରେ ଗୋଟିଏରୁ ଅଧିକ ଥର ବିବାହ କରିପାରିବେ ନାହିଁ ।

ୟୁସିସି ଲାଗୁ ହେଲେ କ’ଣ ବଦଳିବନି?

୧- ଧାର୍ମିକ ମାନ୍ୟତା କ୍ଷେତ୍ରରେ କୌଣସି ଫରକ ପଡ଼ିବନି ।

୨- ଧାର୍ମକ ରୀତି-ନୀତିରେ କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବନି ।

୩- ଖାଇବା-ପିଇବା, ପୂଜା-ପାଠ, ବେଶ-ଭୂଷା ଉପରେ ପ୍ରଭାବ ପଡ଼ିବନି ।

Get real time updates directly on you device, subscribe now.