fbpx

Video: ଦେଖାଯାଉଥିଲା ପତ୍ର କିନ୍ତୁ ବାହାରିଲା ପ୍ରଜାପତି; ଦେଖନ୍ତୁ ପ୍ରକୃତିର ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଏକରୁ ଅଧିକ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଥାଏ । ଅନେକ ଥର ଏହି ଭିଡିଓଗୁଡିକ ଦେଖିବା ପରେ ଆମେ ବହୁତ ଖୁସି ହୋଇଥାଉ । ପରେ ବେଳେବେଳେ ଏହା ଆମକୁ ଟିକେ ଦ୍ୱନ୍ଦ୍ୱରେ ପକାଇଥାଏ । ତେବେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରଥମେ ଦେଖାଯାଇଛି ଗୋଟିଏ ଶୁଖିଲା ପତ୍ର କିନ୍ତୁ ଯଦି ଆପଣ ଭଲ ଭାବେ ଦେଖନ୍ତି ତେବେ ଏହି ପତ୍ରର ବାସ୍ତବତା କିଛି ଅଲଗା ରହିଛି । ଯଦି ଆପଣ ଏହି ଭିଡିଓକୁ ଆରମ୍ଭରେ ଦେଖନ୍ତି, ତେବେ ଆପଣ ଜାଣି ପାରିବେ ଯେ ଏହା କେବଳ ଗୋଟିଏ ପତ୍ର, କିନ୍ତୁ ଏହାର ବାସ୍ତବତା କିଛି ଭିନ୍ନ ରହିଛି ।

ଭାଇରାଲ୍ ହେଉଥିବା ଭିଡିଓରେ, ଏକ ଶୁଖିଲା ପତ୍ର କିପରି ଗୋଟିଏ ସ୍ଥାନରେ ପଡ଼ି ରହିଥିବାର ଦେଖାଯାଇଛି । ପ୍ରଥମେ ଏହା ଏକ ପତ୍ର ପରି ମନେ ହୋଇଥିଲା । ଯେତେବେଳେ ଏହାକୁ ଭଲ ଭାବେ ଦେଖାଯାଇଥିଲା ଜଣା ପଡ଼ିଥିଲା ଯେ ଏହା ପତ୍ର ନୁହେଁ ବରଂ ଏକ ପ୍ରଜାପତି । ସୋସିଆଲ ମିଡିଆରେ ଏହି ପ୍ରଜାପତିର ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହି ଭାଇରାଲ୍ ଭିଡିଓକୁ ସୋସିଆଲ ମିଡିଆ ଟ୍ୱିଟରରେ ସେୟାର କରାଯାଇଛି । ତେବେ ଏହି ଭିଡିଓକୁ ୧୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି ଭାଇରାଲ ଭିଡିଓରେ ହଜାର ହଜାର ଲୋକଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା କମେଣ୍ଟ ଦେଇଛନ୍ତି ଯେ ଏହା ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଭିଡିଓ । ଅନ୍ୟ ଜଣେ ଉପଭୋକ୍ତା କମେଣ୍ଟରେ ଲେଖିଛନ୍ତି ଯେ ଏପରି ଭିଡିଓ ପୂର୍ବରୁ କେବେ ଦେଖାଯାଇ ନଥିଲା ।

Get real time updates directly on you device, subscribe now.