fbpx
BJD SKY
BJD SKY

ସୁମିତ କାହିଁକି ଏପରି କରୁଛନ୍ତି, କ’ଣ ରହିଛି ତାଙ୍କ ମନରେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୭ ଦିନ ପାଇଁ ସୁମିତ ସାହୁ ଓ ତପସ୍ୱିନୀ ଏକାଠି ରହିବା ପରେ ସେମାନଙ୍କର ଦାମ୍ପତ୍ୟ ଜୀବନ ଖୁସିରେ କଟିବ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ଅଚାନକ ୧୦ ତାରିଖରେ ଚକମା ଦେଇ ଫେରାର ହୋଇଯାଇଥିଲେ ସୁମିତ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ତପସ୍ୱିନୀ ଯୋଗାଯୋଗ କରିବା ପରେ ସୁମିତ ୪ ଦିନ ପାଇଁ ଛୁଟି ନେଇଥିବା ଜଣାପଡ଼ିଥିଲା । ଏପରିସ୍ଥଳେ ସୁମିତ ବାଲିସିରିରେ ଘର ଖୋଜୁଥିବା ନେଇ ତାଙ୍କ ଓକିଲ ସଫେଇ ଦେଇଥିଲେ । ତେବେ ନିଖୋଜ ପରଠାରୁ ସୁମିତଙ୍କର ଦେଖା ଦର୍ଶନ ନ ମିଳିବା ସହ ଗତକାଲି ସେ ଫ୍ୟାମିଲି କୋର୍ଟକୁ କାଉନସେଲିଂ ପାଇଁ ମଧ୍ୟ ଆସିନଥିଲେ । ପୂର୍ବରୁ ସୁମିତଙ୍କ ପକ୍ଷ କୋର୍ଟଙ୍କୁ ୭ ଦିନ ମାଗିଥିବା ବେଳେ ଆସନ୍ତା ୧୭ରେ କୋର୍ଟରେ ଶୁଣାଣି ତାରିଖ ରହିଛି । ଉକ୍ତ ତାରିଖରେ ସୁମିତଙ୍କ ପକ୍ଷର କ’ଣ ପ୍ରତିକ୍ରିୟା ରହିବ ତାହା ପ୍ରଶ୍ନ ଘେରରେ ।

ଏହି ଘଟଣାଟି ଯେତିକି ଆଗକୁ ଯାଉଛି ସୁମିତଙ୍କର କାର୍ଯ୍ୟକଳାପ ପ୍ରଶ୍ନର ପାହାଡ଼ ଛିଡ଼ା କରୁଛି । ଯଦି ସୁମିତ ତପସ୍ୱିନୀଙ୍କ ସହିତ ରହିବାକୁ ଚାହୁଁନାହାନ୍ତି, ସେ ଆଇନର ଆଶ୍ରୟ ନେଇ ପାରିବେ । ତପସ୍ୱିନୀଙ୍କ ବିରୋଧରେ ଫ୍ୟାମିଲି କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କଲେ ଆସିଲେ ନାହିଁ । ତପସ୍ୱିନୀଙ୍କ ସମସ୍ତ ଦାୟିତ୍ୱ ବୁଝିବା ପାଇଁ କୋର୍ଟ ତାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ସେ ଫେରାର ହୋଇଗଲେ । ଡାକବଙ୍ଗଳାର ସମସ୍ତ ଖର୍ଚ୍ଚ ବର୍ତ୍ତମାନ ତପସ୍ୱିନୀ ଦେଇଛନ୍ତି । ଗତ ୧୪ ତାରିଖରେ ସୁମିତ ହସ୍ପିଟାଲରେ ଜଏନ କରିବାକୁ ଥିବା ବେଳେ ସେ ପୁଣି ଏକ ମେଲ୍ ପଠାଇଥିଲେ । ସୁମିତ ବାସ୍ତବରେ କ’ଣ ଚାହୁଁଛନ୍ତି, ତାହାର ଉତ୍ତର ସେ ନିଜେ ହିଁ ଦେଇପାରିବେ । ତେବେ ତପସ୍ୱିନୀଙ୍କ ଠାରୁ ହେଉ ବା ମିଡ଼ିଆଠାରୁ ହେଉ ସୁମିତ ଏପରି ଦୂରେଇ ରହିବା ଏକ ପଜିଟିଭ୍ ରେସପନ୍ସ ଦେଉନାହିଁ । କେତେଦିନ ଏପରି ଲୁଚିଲୁଚି ସେ ରହିବେ? ନିଜର ମନର କଥା ସେ ହୁଏତ ତପସ୍ୱିନୀଙ୍କୁ ସ୍ପଷ୍ଟଭାବରେ କହିପାରନ୍ତେ, ବା କୋର୍ଟଙ୍କୁ ସାହାଯ୍ୟ କରନ୍ତେ । ଏପରି କରିବା ଦ୍ୱାରା ସୁମିତଙ୍କ ନିଜର ଇମେଜକୁ ତଳେ ପକାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Get real time updates directly on you device, subscribe now.