fbpx

ଚିତ୍ତରଞ୍ଜନଙ୍କର ଶତ୍ରୁ କିଏ ଥିଲା, ହତ୍ୟା ପଛର କାରଣ କ’ଣ ହୋଇପାରେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ଚିତ୍ତ ନିଖୋଜ ହେବାର ଦୁଇଦିନ ପରେ ତାଙ୍କର କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା । ତାଙ୍କର ମୁଣ୍ଡ ସହିତ ଶରୀରର ଅନେକ ସ୍ଥାନରେ ମାଡ଼ ଓ କ୍ଷତ ସ୍ଥାନ ରହିଥିଲା । ତାଙ୍କୁ ଅପହରଣ କରାଯାଇ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଛି । ଉକ୍ତ ଟିମରେ ଏସଡିପିଓ, ସଦର ଥାନା ଇନ୍ସପେକ୍ଟର, ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁର ରହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଚିତ୍ତଙ୍କ ହତ୍ୟା ପଛରେ କାହାର ହାତ ଅଛି? ତାଙ୍କର ଶତ୍ରୁ କିଏ ଥିଲେ? ହତ୍ୟାକାଣ୍ଡରେ ଶ୍ରୀ ଦାସବର୍ମାଙ୍କ ସମ୍ପୃକ୍ତି ନେଇ ଚିତ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ମାତ୍ର ଏହକୁ ଶ୍ରୀ ଦାସବର୍ମା ଖଣ୍ଡନ କରିବା ସହ ତଦନ୍ତ ପରେ ସମସ୍ତ ସତ୍ୟ ପଦାକୁ ଆସିବ ବୋଲି ପ୍ରତିକ୍ରିୟା ଦେବା ସହ ଚିତ୍ତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଗଡ଼ମୃଗଶିରା-ଜମାରସୁଆଁ ନଦୀବନ୍ଧରେ ଚିତ୍ତଙ୍କ ବାଇକ, ମୋବାଇଲ, ସୁନାଚେନ୍, ଚପଲ ଆଦି ବିଛାଡ଼ି ହୋଇ ପଡ଼ିଥିଲା । ତେଣୁ ହତ୍ୟା ପୂର୍ବରୁ ତାଙ୍କ ସହ ହତ୍ୟାକାରୀମାନେ ଧସ୍ତାଧସ୍ତି ହୋଇଥିବାରୁ ଘଟଣାସ୍ଥଳରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା । ଅପହରଣ ପରେ ହତ୍ୟା କରି ଚିତ୍ତଙ୍କୁ ଫିଙ୍ଗି ଦିଆଯାଇଥିବା କୁହାଯାଉଛି । ଗତ ଶନିବାର ରାତି ୯ଟାରେ ଚିତ୍ତଙ୍କୁ କିଛି ବ୍ୟକ୍ତି ଡାକି ନେଇଥିଲେ । ତେଣୁ ସେମାନଙ୍କୁ ଜେରା କଲେ ସତ୍ୟ ପଦାକୁ ଆସିବ ବୋଲି ଚିତ୍ତଙ୍କ ପତ୍ନୀ କହିଛନ୍ତି । ଅପରପକ୍ଷେ ଚିତ୍ତଙ୍କୁ ବ୍ରହ୍ମଗିରିରୁ ଅପହରଣ କରାଯାଇ ପୁରୀ ସଦର ଅଞ୍ଚଳରେ ହତ୍ୟା କରାଯାଇଥିବାରୁ ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି ।

Get real time updates directly on you device, subscribe now.