fbpx

କରୀନା-ଅମୃତାଙ୍କ ବିଲ୍ଡିଂରେ ହେବ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ, କରନ୍ ଜୋହରଙ୍କ ଘରକୁ ସାନିଟାଇଜ୍ କରିବ ବିଏମସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ଅମୃତା ଅରୋଡା କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଏମସି ବଡ଼ ପଦକ୍ଷେପ ଉଠାଇଛି । ଆଜି କରୀନା କପୁର ଓ ଅମୃତା ଅରୋରା, ଦୁହିଁଙ୍କ ବିଲ୍ଡିଂରେ ବିଏମସି କୋଭିଡ୍ ଟେଷ୍ଟିଂ କ୍ୟାମ୍ପ ଲଗାଇବା ନେଇ ସୂଚନା ମିଳିଛି ।

ବିଏମସିର ଡାକ୍ତରୀ ଟିମ୍ ଏହି ଦୁଇ ଅଭିନେତ୍ରୀଙ୍କ ବିଲ୍ଡିଂରେ ଆରଟିପିସିଆର୍ ଟେଷ୍ଟ କରିବେ । ଏହା ବ୍ୟତୀତ ତାଙ୍କ ବିଲ୍ଡିଂ ଓ କମ୍ପାଉଣ୍ଡକୁ ସାନିଟାଇଜ୍ ମଧ କରିବେ । ଫିଲ୍ମ ନିର୍ମାତା କରନ୍ ଜୋହର୍ ଙ୍କ ଘର ମଧ୍ୟ ସାନିଟାଇଜ୍ ହେବ । କାରଣ ପାର୍ଟି କରନ୍ ଙ୍କ ଘରେ ହୋଇଥିଲା । ଆଉ ସେହି ଠାରୁ ହିଁ ସଂକ୍ରମଣ ଆରମ୍ଭ ହୋଇଥିଲା । ତେବେ କରନ୍ ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

 

Get real time updates directly on you device, subscribe now.