fbpx
BJD
BJD SKY
BJD SKY

ଖୁବଶୀଘ୍ର ବିକ୍ରି ହେବାକୁ ଯାଉଛି NTPC, AAI, NHAI

ନୂଆଦିଲ୍ଲୀ: ଆସନ୍ତା ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏନେଇ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ବା ସରକାରୀ ସମ୍ପତ୍ତି ବିକ୍ରି ଯୋଜନା ଅଧୀନରେ ସରକାର ଆସେଟଗୁଡ଼ିକ ଚିହ୍ନଟ କରିଛନ୍ତି । ଏନେଇ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ ସୂଚନା ଦେଇଛନ୍ତି ।

ଏନଟିପିସି ଲିମିଟେଡ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ସହିତ ଅନେକ ସରକାରୀ କମ୍ପାନୀ ବିକ୍ରି ନେଇ ଚିହ୍ନଟ ହୋଇସାରିଛି । ସେଗୁଡ଼ିକ ମଧ୍ୟରେ ପିଜିସିଆଇଏଲ, ଏନଏଚପିସି, ଏନଏଲସି ଇଣ୍ଡିଆ, ଏଫସିଆଇ, ଗେଲ, ଆଇସପିଏଲ, ଏଚପିସିଏଲ, ବିଏସଏନଏଲ, ଏମଟିଏନଏଲ, ବିବିଏନଏଲ ଆଦି ସାମିଲ୍ ରହିଛି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନଏମପିର ଶୁଭାରମ୍ଭ କରିଥିଲେ । ଏନେଇ କେନ୍ଦ୍ର ସରକାର ୪ ବର୍ଷୀୟା ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ଅଧୀନରେ ୨୦୨୧-୨୨ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରାଯିବ । ଏହା ମଧ୍ୟରେ ସଡ଼କ, ପରିବହନ, ରାଜପଥ, ରେଳ, ବିଦ୍ୟୁତ, ବ୍ୟାଙ୍କିଂ, ଇନସ୍ୟୁରାନ୍ସ, ଆଟୋମିକ୍ ଏନର୍ଜି, ମହାକାଶ, ପ୍ରତିରକ୍ଷା, ଆର୍ଥିକ ସେବା, ପାଇପଲାଇନ, ପ୍ରାକୃତିକ ଗ୍ୟାସ୍, ବେସାମରିକ ବିମାନ ଚଳାଚଳ, ଜଳପଥ, ବନ୍ଦର, କୋଇଲା, ଖଣି, ଗୃହ ନିର୍ମାଣ, ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ । କେବଳ ପୂର୍ଣ୍ଣ ଭାବେ ବ୍ୟବହାର ହୋଇ ପାରୁନଥିବା ସମ୍ପତ୍ତିଗୁଡ଼ିକୁ ଚିହ୍ନଟ କରି ସରକାର ଘରୋଇକରଣ କରିବେ । ମୁଦ୍ରୀକରଣରୁ ମିଳୁଥିବା ଅର୍ଥକୁ ଭିତ୍ତିଭୂମି ନିର୍ମାଣରେ ନିବେଶ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.