fbpx

ଗୋଟିଏ ଭୁଲ ଯୋଗୁଁ Facebookରେ ଲାଇଭ୍ ହୋଇଗଲା ମହିଳାଙ୍କ ଅନ୍ତରଙ୍ଗ VIDEO

ନୂଆଦିଲ୍ଲୀ: ଜଣେ ଆମେରିକରୀୟ ମହିଳା ନିଜ ସ୍ୱାମୀଙ୍କ ସହିତ ବ୍ୟକ୍ତିଗତ ମୁହୂର୍ତ୍ତର ରେକର୍ଡିଂ କରୁଥିବା ବେଳେ ଘଟିଗଲା ଏକ ଲଜ୍ଜାଜନକ ଘଟଣା । ମହିଳାଙ୍କ ଗୋଟିଏ ଭୁଲ ଯୋଗୁଁ ତାଙ୍କ ପ୍ରାଇଭେଟ୍ ମୁହୂର୍ତ୍ତ ଫେସବୁକରେ ଲାଇଭ୍ ହୋଇଗଲା । ତେବେ ମହିଳା ଜଣକ ବେଡରୁମରେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲରେ ରେକର୍ଡିଂ କରୁଥିଲେ । କିନ୍ତୁ ସେହି ସମୟରେ ସେ ଭୁଲରେ ଫେସବୁକରେ ତାହା ଲାଇଭ୍ କରିଦେଇଥିଲେ ।

ମହିଳାଙ୍କ ଏହି ଘଟଣା ଯେବେ ସୋସିଆଲ ମିଡିଆରେ ସେୟାର ହେଲା, ସେବେ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ । କିପରି ଗୋଟିଏ ଭୁଲ ଯୋଗୁଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଲା ବୋଲି ମହିଳା ଜଣକ ଟିକଟକର ଏକ ଭିଡିଓରେ ଖୁଲାସା କରିଛନ୍ତି ।

ରିପୋର୍ଟ ମୁତାବକ, ମହିଳା ଟିକଟକ ୟୁଜର @rroberson16  ଏକ ଭିଡିଓ ସେୟାର କରି କହିଛନ୍ତି କି ସେ ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲରେ ରେକର୍ଡ କରିବାକୁ ଚାହୁଁଥିଲେ । ସେତିକିବେଳେ ଅଚାନକ୍ ଫେସବୁକରେ ଲାଇଭ୍ ଆରମ୍ଭ ହୋଇଗଲା । ଏହି ଲାଇଭକୁ ଅନେକ ଲୋକ ଦେଖିଥିଲେ, ଯେଉଁଥିରେ ତାଙ୍କ ପିତା ବି ସାମିଲ ଥିଲେ ।

ମହିଳା କହିଛନ୍ତି ଯେ, ଫେସବୁକରେ କିପରି ଲାଇଭ୍ ଭିଡିଓ ଆରମ୍ଭ ହୋଇଗଲା ତାହା ଜଣାନାହିଁ । ଏହାକୁ ୪୬ ଲୋକ ଦେଖି ଦେଇଥିଲେ । ସେମାନଙ୍କ ମଧ୍ୟରେ ମହିଳାଙ୍କ ପିତା ବି ଥିଲେ । ଏହା ଜାଣିବା ପରେ ମହିଳା ଜଣକ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଜ୍ଜାରେ କାନ୍ଦିଥିଲେ ।

ଟିକଟକ୍ ଯୁଜର କହିଛନ୍ତି ଯେ, ‘ମୁଁ ନିଜ ଫୋନକୁ ବିନା ଲକ୍ କରି ରଖିଥିଲି ଓ ରୋମାନ୍ସ କରିଥିଲି । ଜଣାନାହିଁ କେତେବେଳେ ଫେସବୁକରେ ଲାଇଭ୍ ଭିଡିଓ ଆରମ୍ଭ ହୋଇଗଲା ।’ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଲୋକମାନେ ଅନେକ କମେଣ୍ଟ ଦେଇଛନ୍ତି । ମହିଳାଙ୍କ ଏହି ଖୁଲାସା ଥିବା ଟିକଟକକ ଭିଡିଓକୁ ପାଖାପାଖି ୨ ଲକ୍ଷରୁ ଅଧିକ ଥର ଦେଖିଛନ୍ତି ଲୋକେ ।

Get real time updates directly on you device, subscribe now.