fbpx

ଗାଈ ଗିଳିଦେଲା ୨୦ ଗ୍ରାମର ସୁନା ଚେନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗାଈ ଗିଳି ଦେଲା ସୁନା ଚେନ । ଆଉ ସୁନା ଚେନକୁ ପାଇବା ପାଇଁ ଚାଲିଲା ଅନେକ ପ୍ରୟାସ । ଏଥିପାଇଁ ୩୫ ଦିନ ଯାଏଁ ଗୋବର ଘାଣ୍ଟିଲେ ମାଲିକ । ହେଲେ ଫଳାଫଳ ଶୂନ । ଏଭଳି ଏକ ଅଜବ ଘଟଣା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । କର୍ଣ୍ଣାଟକର ସିର୍ସି ତାଲୁକର ହିପାନାହଲ୍ଲୀା ଗୋଟିଏ ଗାଇ ୨୦ ଗ୍ରାମ ଓଜନର ସୂଚନା ଚେପ୍ ଗିଳିଦେଇଛି ।

ଆଉ ଗାଈ ମାଲିକ ଏହାକୁ ପାଇବାକୁ ୩୫ ଦିନ ପର୍ଯ୍ୟନ୍ତ ଗାଈର ଗୋବରକୁ ଘାଣ୍ଟିଛନ୍ତି । ଶେଷରେ ଚେନ ନମିଳିବାରୁ ଅସ୍ତ୍ରୋପଚାର କରାଇ ଗାଈ ପେଟରୁ ସୁନା ଚେନ୍ ବାହାର କରିଛନ୍ତି ଗାଈ ମାଲିକ । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଶ୍ରୀକାନ୍ତ ହେଗଡେ ନାମକ ଜଣେ ବ୍ୟକ୍ତି ୪ ବର୍ଷ ହେଲା ଗୋଟି ଗାଈ ଓ ବାଛୁରୀ ପାଳିଥିଲେ । ଦୀପାବଳୀ ଦିନ ସେ ଗାଇ ଓ ବାଛୁରୀଙ୍କୁ ପୂଜା କରୁଥିଲେ । ପରମ୍ପରା ଅନୁସାରେ, ଗାଇ ବେକରେ ସୂଚନର ଚେନ୍ ପିନ୍ଧାଇଥିଲେ ।

ତେବେ ପୂଜା ସରିବା ପରେ ଗାଈ ଠାରେ ବ୍ୟବହୃତ ହୋଇଥିବା ଫୁଲ ଓ ଅନ୍ୟାନ୍ୟ ଜିନିଷ ଗାଈକୁ ଖାଇବାକୁ ଦିଆଯାଇଥିଲା । ତେବେ ଭୁଲ ବଶତଃ ସୂନା ଚେନ୍ ଟି ସେ ଭିତରେ ରହିଯାଇଥିଲା ଆଉ ଫୁଲ ଖାଇବା ବେଳେ ଗାଈଟି ସୁନା ଚେନଟିକୁ ଗିଳି ଦେଇଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ଚିନ୍ତା ବଢ଼ିଯାଇଥିଲା ।

Get real time updates directly on you device, subscribe now.