fbpx

ହାଇ ବ୍ଲଡ ପ୍ରେସରର ବିପଦକୁ କମ୍ କରିବ ଗୋଟିଏ ଜିନିଷ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: ହାଇ ବ୍ଲଡ ପ୍ରେସରର ଅତି ସାଧାରଣ ହୋଇଗଲାଣି, କିନ୍ତୁ ଏହା ସବୁଠାରୁ ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ । ହାଇ ବ୍ଲଡ ପ୍ରେସର ଯୋଗୁଁ ଅନ୍ୟ ରୋଗର ବିପଦ ମଧ୍ୟ ବଢ଼ିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ଓ ଏଥିପାଇଁ ଖାଦ୍ୟପେୟର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ।

ଏକ ନୂଆ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବା ପାଇଁ ଦହି ବହୁତ ଲାଭଦାୟକ । ସାଉଥ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ପ୍ରକାଶିତ ହୋଇଛି ।

ତେବେ ଆମେରିକାର ମେନ୍ ୟୁନିଭରସିଟିର ବିଶେଷଜ୍ଞମାନେ ଦହି ଖାଇବା, ବ୍ଲଡ ପ୍ରେସର ଓ ହାର୍ଟ ଜନିତ ରୋଗ ସମ୍ବନ୍ଧରେ ଯାଞ୍ଚ କରିଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ, ହାଇ ବ୍ଲଡ ପ୍ରେସର ରୋଗୀଙ୍କ ବ୍ଲଡ ପ୍ରେସର ସ୍ତରକୁ କମ୍ କରିଥାଏ ଦହି । ବିଶ୍ୱରରେ କୋଟି କୋଟି ଲୋକ ହାଇ ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି । ଏହି କାରଣ ଯୋଗୁଁ ସେମାନଙ୍କଠାରେ ହାର୍ଟ ଆଟାକ୍ ବା ଷ୍ଟ୍ରେକର ବିପଦ ବଢ଼ିଥାଏ । ପ୍ରମାଣ ମିଳିଛି ଯେ, ହାଇ ବ୍ଲାଡ ପ୍ରେସର ରୋଗୀଙ୍କଠାରେ ଦହି ଏକ ପଜିଟିଭ୍ ରେଜଲ୍ଟ ଦେଇଥାଏ ।

Get real time updates directly on you device, subscribe now.