fbpx

ନେଟଫ୍ଲିକ୍ସ ଗ୍ରାହକଙ୍କ ପାଇଁ ଖୁସିଖବର: ୫୦୦ ଟଙ୍କାର ପ୍ଲାନ୍ ହେଲା ମାତ୍ର ୧୯୯ ଟଙ୍କା, ଦେଖନ୍ତୁ ନୂଆ ଦାମର ତାଲିକା

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତରେ ନେଟପ୍ଲିକ୍ସ ନିଜର ପ୍ଲାନ୍ସକୁ ଶସ୍ତ କରିଛି । ଗୋଟେ ପଟେ ଆଜିଠାରୁ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ମହଙ୍ଗା ହୋଇଥିବା ବେଳେ ନେଟଫ୍ଲ୍ିକ୍ସ ନିଜର ପ୍ଲଶାନ୍ସ କୁ ଶସ୍ତ କରିଦେଇଛି । ଏବେ ଏହାର ଦାମ୍ ପ୍ରତି ମାସକୁ ୧୪୯ ଟଙ୍କା ହୋଇଯାଇଛି । ପୂର୍ବରୁ ଏହି ପ୍ଲାନ୍ ପ୍ରତି ମାସକୁ ୧୪୯ ଟଙ୍କା ଥିଲା । ତେବେ ନେଟଫ୍ଲିକ୍ସ ଏହି ପଦକ୍ଷେପ ଅଧିକରୁ ଅଧିକ ସବ୍ ସ୍କ୍ରାଇବର୍ ଙ୍କୁ ଆଡ୍ କରାଇବା ପାଇଁ ଉଠାଇଛି ।

ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍ ର ଦାମ୍ ପୂର୍ବରୁ ମାସକୁ ୪୯୯ ଟଙ୍କା ଥିବା ବେଳେ ଏବେ ଏହାର ଦାମ୍ ଖୁବ୍ କମିଛି । ଏବେ ଏହାର ଦାମ୍ ୧୯୯ ଟଙ୍କା ହୋଇଯାଇଛି । ଅର୍ଥାତ୍ ବେସିକ୍ ପ୍ଲାନ୍ ପାଇଁ ଏବେ ସବ୍ ସ୍କ୍ରାଇବର୍ ଙ୍କୁ ୪୯୯ ଟଙ୍କା ବଦଳରେ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ଖାଲି ସେତିକି ନୁହେଁ ନେଟଫ୍ଲିକ୍ସର ଷ୍ଟାଣ୍ଡାଡ୍ ପ୍ଲାନ୍ ର ଦାମ୍ ମଧ୍ୟ କମିଯାଇଛି । ଏହାର ଦାମ୍ ଏବେ ୪୯୯ ହୋଇଯାଇଛି । ପୂର୍ବରୁ ଏହା ୬୪୯ ଥିଲା । ସେହ୍ରିପରି ନେଟଫ୍ଲିକ୍ସର ସବୁଠାରୁ ପ୍ରିମିୟମ୍ ପ୍ଲାନ୍ ଯାହାର ଦାମ୍ ପୂର୍ବରୁ ୭୯୯ ଥିଲା, ତାହା ବର୍ତ୍ତମାନ ୬୪୯ ହୋଇଯାଇଛି ।

Get real time updates directly on you device, subscribe now.