fbpx

ଦିନିକିଆ ସିରିଜରୁ ହଟିଲେ ବିରାଟ କୋହଲି, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତର ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ଆରମ୍ଭ ହେବା ଆଗରୁ ଅନେକ ଘଟଣା ସାମ୍ନାକୁ ଆସୁଛି । ଖବର ମୁତାବକ, ୱାନଡେ ଟିମର ଅଧିନାୟକ ପଦରୁ ହଟିବା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବି ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ୱାନଡେ ଟିମରେ ବିରାଟ ଖେଳିବେ ନାହିଁ ବୋଲି ଭାରତୀୟ କିକ୍ରେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ କହିଛି । କିନ୍ତୁ ଏହାକୁ ନେଇ ବିରାଟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରୟା ପ୍ରକାଶ କରିନାହାନ୍ତି ।

ରିପୋର୍ଟ ଅନୁସାରେ, ଝିଅ ଭାମିକାର ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ପାଇଁ ସେ ଦିନିକିଆ ସିରିଜକୁ ଓହରିବାକୁ ଚାହୁଁଛନ୍ତି । ଗତବର୍ଷ ଜାନୁଆରୀ ୧୧ ତାରିଖରେ ଜନ୍ମ ହୋଇଥିଲେ ଭାମିକା । ଟେଷ୍ଟ ସିରିଜ ପରେ ବିରାଟ କୋହଲି ସ୍ୱଦେଶ ଫେରି ନିଜ ପରିବାର ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରିବାକୁ ପ୍ଲାନ୍ କରିଛନ୍ତି । ଏଥିପାଇଁ ସେ ଦିନିକିଆ ସିରିଜ ଖେଳି ନପାରନ୍ତି । ଜାନୁଆରୀ ୧୧ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ଆରମ୍ଭ ହେବ । ଜାନୁଆରୀ ୧୯ରୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ଅନ୍ୟପଟେ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବି ବାଦ୍ ପଡ଼ିଛନ୍ତି ।

Get real time updates directly on you device, subscribe now.