fbpx

୭.୭ ତୀବ୍ରତାର ଭୁମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆସିବା ନେଇ ଜାରି ହେଲା ଚେତାବନୀ

ନୂଆଦିଲ୍ଲୀ: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଦିନ ୭.୭ ତୀବ୍ରତାରେ ଭୁମିକମ୍ପ ହୋଇଛି । ଏହି ଭୁମିକମ୍ପ ପରେ ଦେଶରେ ସୁନାମୀ ଆସିବା ନେଇ ଚେତାବନୀ ଦିଆଯାଇଛି । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ କହିଛନ୍ତି ଯେ, ଏହି ଭୁମିକମ୍ପ ୦୩.୨୦ ଜିଏମଟିରେ ଫ୍ଲୋର୍ସ ସାଗରରେ ୧୮.୫ କିଲୋମିଟର୍ (୧୧ ମାଇଲ୍) ଗଭୀରତାରେ ମୌମେରେ ସହରର ପାଖାପାଖି ୧୦୦ କିମି ଉତ୍ତରରେ ଆସିଥିଲା । ପେସିଫିକ୍ ସୁନାମି ୱାର୍ଣ୍ଣିଂ ସେଣ୍ଟର୍ କହିଛନ୍ତି ଯେ, ଭୁମିକମ୍ପ କେନ୍ଦ୍ରର ୧୦୦ କିମି ପର୍ଯ୍ୟନ୍ତ ତଟ ପାଖରେ ଭୟଙ୍କର ଜୁଆର ଉଠିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.