fbpx

ଅନଲକ୍-୧ରେ କଣ ଖୋଲିବ, କଣ ରହିବ ବନ୍ଦ?

ସାରା ଦେଶରେ ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଅନଲକ୍-୧ ଜାରି କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟାୟକ୍ରମେ ଲକଡାଉନ୍ ନିୟମ କୋହଳ କରାଯିବ । ୩୦ ଜୁନ୍ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ତେବେ ଆସନ୍ତୁ ଜାଣିବା ଅନଲକ୍-୧ରେ କଣ ଖୋଲିବ ଓ କଣ ବନ୍ଦ ରହିବ..

କଣ ଖୋଲିବ
-ଅବରୋଧ ଅଞ୍ଚଳ ବାହାରେ ପର୍ଯ୍ୟାୟକ୍ରମେ ମିଳିବ କୋହଳ
– ୮ ଜୁନରୁ ସର୍ତ୍ତମୂଳକ ଭାବେ ଖୋଲିବ ଧାର୍ମିକ ସ୍ଥଳ , ଶିଳ୍ପ ସଂସ୍ଥା ଓ ହୋଟେଲ, ସପିଂ ମଲ, ରେଷ୍ଟୁରାଣ୍ଟ
– ଜୁଲାଇରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ
– ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନ ଅନୁମତି
– ୮ ଜୁନରୁ ଖୋଲିବ ସେଲୁନ
– ୩ଟି ପର୍ଯ୍ୟାୟରେ ତାଲାବନ୍ଦ ଖୋଲିବ

କଣ ବନ୍ଦ ରହିବ
– ଜିମ୍ , ସିନେମା ହଲ ବନ୍ଦ
– ବିଦେଶ ଯାତ୍ରା, ପାର୍କ ଖୋଲିବାକୁ ଅନୁମତି ନାହିଁ
– ମେଟ୍ରୋ ସେବା ବନ୍ଦ ରହିବ
– ଜୁଲାଇ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
-ଧର୍ମାନୁଷ୍ଠାନରେ କୌଣସି ସଭା, ମହୋତ୍ସବକୁ ନା’

 

ତେବେ ପରିସ୍ଥିତିକୁ ତର୍ଜମା କରାଯାଇ ଅନ୍ତର୍ଜାତୀୟ ବିମାନ ଚଳାଚଳ, ମେଟ୍ରୋ ରେଳ ଚଳାଚଳ, ସିନେମା ହଲ, ଜିମ୍, ସୁଇମିଂପୁଲ, ପାର୍କ, ବାର, ଅଡିଟୋରିୟମ, ସାମାଜିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ ସମାବେଶ ପାଇଁ ସ୍ଥିତି ଅନୁଧ୍ୟାନ ପରେ ସରକାର ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.