fbpx

ଅନଲକ୍-୧: କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି, ୩୦ ଜୁନ୍ ପର୍ଯ୍ୟନ୍ତ ହେବ ଲାଗୁ

କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ଏହି ଲକଡାଉନକୁ କେନ୍ଦ୍ର ସରକାର ଅନଲକ୍-୧ର ନାମ ଦେଇଛନ୍ତି । ଦେଶରେ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଏହି ଅନଲକ୍ ପର୍ଯ୍ୟାନ୍ତ ଲାଗୁ ରହିବ । ଅବରୋଧ ଅଞ୍ଚଳ ବାହାରେ ପର୍ଯ୍ୟାୟକ୍ରମେ କୋହଳ ମିଳିବ । ୩୦ ଜୁନ୍ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହା ସହିତ ୮ ଜୁନରୁ ସର୍ତ୍ତମୂଳକ ଭାବେ ଧାର୍ମିକ ସ୍ଥଳ ଖୋଲିବ ।

ଅନଲକ୍-୧ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଜୁଲାଇରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ । ସେହିପରି ଜୁନ ୮ରୁ ଶିଳ୍ପ ସଂସ୍ଥା ଓ ହୋଟେଲ, ସପିଂ ମଲ, ରେଷ୍ଟୁରାଣ୍ଟ, ସେଲୁନ ଖୋଲିବ । ଅନଲକ୍-୧ ପର୍ଯ୍ୟାୟରେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନର ଅନୁମତି ରହିଛି । ଏହା ସହ ସିନେମା ହଲ, ଜିମ, ପାର୍କ, ମେଟ୍ରୋ ସେବା ବନ୍ଦ ରହିବ । ଅନଲକର ପ୍ରଥମ ପର୍ଯ୍ୟାୟରେ ଖୋଲିବ ହୋଟେଲ, ମଲ, ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନରେ କୌଣସି ସଭା, ମହୋତ୍ସବ ହୋଇ ପାରିବନି । ଅନଲକର ୨ୟ ପର୍ଯ୍ୟାୟରେ ଖୋଲିପାରେ ସ୍କୁଲ ଓ କଲେଜ, ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ । କଣ୍ଟେନମେଣ୍ଟ ଜୋନରେ ଆଉ ମାସେ ବଢ଼ିଲା ଲକ୍‌ଡାଉନ କଟକଣା । ଲକ୍‌ଡାଉନ ଅବଧି ବଢ଼ାଇଲେ କେନ୍ଦ୍ର ସରକାର । ଅନ୍ତର୍ଜାତୀୟ ବିମାନ ଓ ମେଟ୍ରୋ ଟ୍ରେନ୍‌ ସେବା ମଧ୍ୟ ବନ୍ଦ ରହିବ । ଆନ୍ତଃ ରାଜ୍ୟ ଗାଡ଼ି ଚଳାଚଳ କଟକଣା ହଟିଲା ।

Get real time updates directly on you device, subscribe now.