fbpx
BSKY SKY
BSKY SKY

୧୫ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଲା ଏହି ରାଜ୍ୟ

BSKY

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍ ୧୫ ଯାଏଁ ଲକଡାଉନ୍ ବଢାଇଲେ ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ଏକ ବୟାନରେ ଲକଡାଉନ ବୃଦ୍ଧିକୁ ନେଇ ଘୋଷଣା କରିଛନ୍ତି । ଳକଡାଉନ ହଟାଇଲେ କରୋନା ଆହୁରୀ ସାଙ୍ଘାତିକ ହୋଇଯିବ ବୋଲି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସେ ନିଜର ବୟାନରେ କହିଛନ୍ତି । ତେବେ ଏହି ସମ୍ପନ୍ଧୀୟ କ’ଣ ଗାଇଡଲାଇନ୍ ହେବ, ତାହା ଦିନେ କି ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।


ତେବେ ଲକଡାଉନ-୪ର ଅବଧି ରବିବାର ବା ମେ ୩୧ରେ ଶେଷ ହେଉଛି । ଏହାକୁ ନେଇ ପ୍ରଶ୍ନ ଉଠୁଛି କି, ଆଗକୁ ଲକଡାଉନ୍ ବଢିବ ନା ସବୁକିଛି ସାଧାରଣ ଉପାୟରେ ଖୋଲାଯିବ । ଏସବୁ କଳ୍ପନାଜଳ୍ପନା ମଧ୍ୟରେ ମଧ୍ୟପ୍ରଦେଶ ସରକାର ଜୁନ୍ ୧୫ ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି । ଦିନକୁ ଦିନ କରୋନା ମାମଲା ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.