fbpx

ଖୁବଶୀଘ୍ର ଜାରି ହେବ ଲକଡାଉନ-୫ର ଗାଇଡଲାଇନ୍!

କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ରବିବାର ଅର୍ଥାତ୍ ମେ ୩୧ରେ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ ବହୁ ରାଜ୍ୟ ଲକଡାଉନ୍ ବଢାଇବା ସମର୍ଥନରେ ରହିଛନ୍ତି । ଖବର ମୁତାବକ, ଦିଲ୍ଲୀ ବ୍ୟତିତ ହିମାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ଲକଡାଉନ ବଢାଇବାରେ ସମର୍ଥନ କରୁଛନ୍ତି । ଆଉ କିଛି ସମୟ ମଧ୍ୟରେ ଲକଡାଉନ୍ ୫ର ଗାଇଡଲାଇନ୍ ଜାରି ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ସରକାରଙ୍କ ଗାଇଡଲାଇନ୍ ପୂର୍ବରୁ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଲକଡାଉନ ବଢାଇବାକୁ ଘୋଷଣା କରିସାରିଛନ୍ତି । ମଧ୍ୟପ୍ରଦେଶରେ ଜୁନ୍ ୧୫ ଯାଏଁ ଲକଡାଉନ୍ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.