fbpx

କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେବା ପରେ ଆପଣଙ୍କ ଶରୀରରେ ସାଇଡ୍ ଇଫେକ୍ଟ ଦେଖାଯାଉଛି କି, ଜାଣନ୍ତୁ ଏପରି ହେଲେ କ’ଣ କରିବେ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କୋଭିଡ-୧୯ ଭାଇରସ୍ ସମଗ୍ର ବିଶ୍ୱକୁ ସମ୍ପୂର୍ଣ୍ଣ ଭାବେ କବଳିତ କରି ରଖିଛି । ତେବେ କରୋନା ଭାଇରସର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି କୋଭିଡ୍ ଟିକା । ଭାରତ ସହିତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କୋଭିଡ୍ ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ଦିଆଯିବା ପରେ ବର୍ତ୍ତମାନ ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ୍ ଦିଆଯାଉଛି । ଭାରତରେ ଏହାକୁ ପ୍ରିକସନ ଡୋଜ୍ ମଧ୍ୟ କୁହାଯାଇଥାଏ ।

କୋଭିଡ-୧୯ ଟିକା ଲୋକଙ୍କୁ ଗମ୍ଭୀର ବୀମାରୀ ଓ ମୃତ୍ୟୁ ମୁହଁରୁ ବଞ୍ଚାଇବାରେ ସକ୍ଷମ ହୋଇଥାଏ । କୋଭିଡର ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର କିଛି ମାସ ପରେ ଏହାର ସୁରକ୍ଷା କମ୍ ହେବାରେ ଲାଗିଥାଏ । ଫଳରେ ଶରୀରରେ ଇମୁନିଟି ଜାରି ରଖିବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ରହିଥାଏ । ତେବେ ବୁଷ୍ଟର ଡୋଜ୍ ଦ୍ୱାରା କୋଭିଡ-୧୯ର ପ୍ରଭାବକୁ ବହୁମାତ୍ରାରେ ହ୍ରାସ କରାଯାଇପାରିବ ବୋଲି କୁହାଯାଉଛି । ତେବେ ବୁଷ୍ଟର ଡୋଜ୍ ନେବା ପରେ କିଛି ସାଇଡ୍ ଇଫେକ୍ଟର ସାମ୍ନା କରିବାକୁ ପଡ଼ିପାରେ । ଆମେରିକାର ଜାମା ନେଟୱାର୍କ ଓପନ ପକ୍ଷରୁ କରାଯାଇଥିବା ଏକ ଷ୍ଟଡିରୁ ଏହି ଖୁଲାସା ହୋଇଛି ।

ଷ୍ଟଡି ମୁତାବକ, ବୁଷ୍ଟର ଡୋଜ୍ ଫାଇଦା ଦେବା ସହ କିଛି ଲୋକ ଲୋକଙ୍କୁ ସାଇଡ୍ ଇଫେକ୍ଟ ଦେଇପାରେ । ଅନେକ ସମୟରେ ଏହି ସାଇଡ୍ ଇଫେକ୍ଟ ଏତେ ଶକ୍ତିଶାଳୀ ହୋଇଥାଏ ଯେ, କିଛି ସମୟ ପାଇଁ ଶରୀରକୁ ଦୁର୍ବଳ କରିଦେଇଥାଏ । ଏହି ଭ୍ୟାକ୍ସିନ ଦ୍ୱାରା କିଛି ଲୋକଙ୍କଠାରେ ଅଧିକ ସାଇଡ୍ ଇଫେକ୍ଟ ଦେଖା ଦେଇ ନଥାଏ । ତେବେ ବିଶେଷଜ୍ଞଙ୍କ ମତରେ ଏହି ସାଇଡ୍ ଇଫେକ୍ଟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହି ସାଇଡ୍ ଇଫେକ୍ଟରୁ ବର୍ତ୍ତିବା ପାଇଁ ସନ୍ତୁଳିତ ଆହତ ସେବନ କରିବା ଜରୁରୀ । ଏଥିସହ ଆବଶ୍ୟକ ପାଣି ପିଇବା, ପର୍ଯ୍ୟାପ୍ତ ନିଦ ନେବା, ହାଲୁକା ଯୋଗ, ଫିଜିକାଲି ଆକ୍ଟିଭ୍ ରହିବା ଆବଶ୍ୟକ । ମଦ, ଧୂମପାନ, ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ୍ । ଏଥିସହ ଟିକାକରଣ ପରେ କୌଣସି ପ୍ରକାରର ଯନ୍ତ୍ରଣା ଅନୁଭବ ହେଲେ ଓଭର-ଦି-କାଉଣ୍ଟର ମେଡିସିନ୍ ନେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.