fbpx

ଆପଣ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି କି? ଲକ୍ଷଣ ଦେଖାଦେଉଛି ନା ନାହିଁ, ଜାଣନ୍ତୁ ଏହାପରେ କ’ଣ କରିବେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବରେ ଜନସାଧାରଣ ନାହିଁ ନଥିବା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେବେ ବିଶେଷଜ୍ଞଙ୍କ ମତରେ, ଲୋକମାନେ କରୋନା ସଂକ୍ରମଣର ପ୍ରାଥମିକ ଷ୍ଟେଜରୁ ଅବହେଳା କରୁଛନ୍ତି, ଯାହାକି ମୃତ୍ୟୁସଂଖ୍ୟାକୁ ବଢ଼ାଇବାରେ ସହାୟକ ହେଉଛି । ଯଦି ଆପଣମାନଙ୍କ ମଧ୍ୟରୁ କେହି କରୋନାରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ବିଭିନ୍ନ ଦିଗ ପ୍ରତି ସଚେତନ ରହିବା ଜରୁରୀ ।

ଅନେକ ଲୋକ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ କ’ଣ କରିବେ, ଠିକ ଭାବରେ ଜାଣିନାହାନ୍ତି । ପ୍ରଥମେ ଆପଣଙ୍କୁ ଜାଣିବା ଦରକାର ଆପଣ ଉକ୍ତ ରୋଗୀଙ୍କ ସହ କେତେଦିନ ପାଇଁ ମିଳାମିଶା କରିଥିଲେ । ଯଦି କରୋନାର ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ । ଯଦି ଲକ୍ଷଣ ଦେଖା ଦେଉନାହିଁ, ତେବେ ପାଞ୍ଚ ଦିନ ମଧ୍ୟରେ ଟେଷ୍ଟ କରାନ୍ତୁ । ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେସନରେ ରଖନ୍ତୁ ।  ଯଦି ରିପୋର୍ଟ ନେଗେଟିଭ୍ ଆସେ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କୋଭିଡ୍ ଟିକା ନେବା ପରେ ମଧ୍ୟ ସଂକ୍ରମଣ ସମ୍ଭାବନା ରହିଥିବାରୁ ଆପଣମାନେ ସମସ୍ତ ନିୟମକୁ ମାନି ଚଳିବା ଉଚିତ୍ ।

Get real time updates directly on you device, subscribe now.