fbpx

ସ୍ୱତନ୍ତ୍ର ସଟଡ଼ାଉନ ସମୟରେ ଗଣମାଧ୍ୟମ ସମ୍ବନ୍ଧୀୟ ନିର୍ଦ୍ଦେଶନାମା

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କିଛି ସମୟ ତଳେ ଘୋଷଣା କରିଥିଲେ ଯେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର , ଭଦ୍ରକ ଓ କଟକରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରଯାଇଛି । ଏହି ସମୟରେ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ପାସକୁ ବାତିଲ କରାଯାଇଛି । କିନ୍ତୁ ଏହି ସ୍ୱତନ୍ତ୍ର ଲକ୍ ଡାଉନ ଅବଧିରେ ଗଣମାଧ୍ୟମ ସମ୍ପନ୍ଧୀୟ କାର୍ଯ୍ୟ ହୋଇପାରିବକି ନାହିଁ ଜାଣି ରଖନ୍ତୁ ।
ସମସ୍ତ ମିଡ଼ିଆ ହାଉସକୁ ସର୍ବନିମ୍ନ ଆବଶ୍ୟକତାକୁ ଆଖି ଆଗରେ ରଖି କର୍ମଚାରୀ ସଂଖ୍ୟା ସୀମିତ କରିବାକୁ ଅନୁରୋଧ କରାଯାଇଛି ।
ସମସ୍ତ ମିଡ଼ିଆ ହାଉସକୁ ବୈଷୟିକ ଏବଂ ସମ୍ପାଦକୀୟ ବିଭାଗ କର୍ମଚାରୀଙ୍କ ପାଇଁ ଅଫିସରୁ କାର୍ଯ୍ୟ କରିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ଏହା ଅର୍ଥ କାର୍ଯ୍ୟାଳୟ ମଧ୍ୟରେ ରହିବେ ।
ମହିଳା ଏବଂ ବରିଷ୍ଠ କର୍ମଚାରୀ ଯେଉଁମାନେ ଅଫିସରେ ରହିପାରିବେ ନାହିଁ । ସେମାନଙ୍କ ପାଇଁ ପାସ୍ ଜାରି କରାଯିବ । ନିକଟସ୍ଥ ଥାନା ସହ ସନ୍ଧ୍ୟା ପୂର୍ବରୁ ଏନେଇ କଥାବାର୍ତ୍ତା କରନ୍ତୁ । ଥାନା କିମ୍ବା ଡିସିପି ଅଫିସରେ ଭିଡ଼ ଜମାନ୍ତୁ ନାହିଁ । ପାସ୍ ଆପଣଙ୍କ ନିକଟରେ ପହଞ୍ଚିବ ।
ପ୍ରତ୍ୟେକ ଟିଭି ଚ୍ୟାନେଲ୍ ପାଇଁ ସର୍ବାଧିକ ଦୁଇଟି ଦଳ, ପ୍ରତ୍ୟେକ କ୍ୟାମରୋ ବ୍ୟକ୍ତି ଏବଂ ଜଣେ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ । ଓବି ଭ୍ୟାନ୍ ଚଳାଇବାକୁ ଅନୁମତି ଦିଆଯିବ ନାହିଁ ।
ପ୍ରତ୍ୟେକ ପ୍ରିଣ୍ଟ ମିଡ଼ିଆ ସର୍ବନିମ୍ନ ୨ସାମ୍ବାଦିକଙ୍କୁ ପାସ୍ ପ୍ରଦାନ କରିବାକୁ ଅନୁରୋଧ କରିପାରିବେ ।
ଆମେ ପୁନର୍ବାର ମିଡ଼ିଆ ହାଉସକୁ ଅନୁରୋଧ କରୁଛୁ ଯେ, ସେମାନେ ଅଫିସରୁ କାମ କିମ୍ବା ଘରୁ କାମ କରାନ୍ତୁ ।
ଥାନାଧିକାରୀଙ୍କ କ୍ଷେତ୍ରରେ ଏହି ସମସ୍ୟା ସମାଧାନ ନହେଲେ ଦୟାକରି ଡିସିପି ମୁଖ୍ୟାଳୟ ପି.ଡ଼ି. ମହାପାତ୍ରଙ୍କୁ ଯୋଗାଯୋଗ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.