fbpx

କରୋନା ମଧ୍ୟରେ ଏପ୍ରିଲରେ ୧୪ ଦିନ ବ୍ୟାଙ୍କ ବନ୍ଦ!

କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ବ୍ୟାଙ୍କଗୁଡିକ ନିଜର କାର୍ଯ୍ୟ ପଦ୍ଧତିକୁ ପରିବର୍ତ୍ତନ କରିଛନ୍ତି । ଏହି କ୍ରମରେ ବ୍ୟାଙ୍କ ଗୁଡିକ ଖୋଲିବା ଓ ବନ୍ଦ କରିବା ସମୟ ବଦଳାଇଥିବା ବେଳେ ଗ୍ରାହକଙ୍କୁ ବ୍ରାଞ୍ଚ ନଆସିବାକୁ ନିବେଦନ କରିଛନ୍ତି । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକେ ବ୍ୟାଙ୍କିଙ୍ଗ କାମକୁ ଘରେ ପରିଚାଳନା କରୁଛନ୍ତି । କିନ୍ତୁ ଏହି ମାସରେ ଅନେକ ଦିନ ସାପ୍ତାହିକ ଛୁଟି କିମ୍ବା ଅନ୍ୟ କୌଣସି କାରଣରୁ ବ୍ୟାଙ୍କର ଶାଖା ବନ୍ଦ ରହିବ । ଆସନ୍ତୁ ଜାଣିବା ଏପ୍ରିଲ ମାସରେ କେଉଁ କେଉଁ ଦିନ କାମ ହେବ ନାହିଁ..

ତେବେ ଏପ୍ରିଲ ୧ରେ ବାର୍ଷିକ ବନ୍ଦ ଓ ୨ ରେ ରାମ ନବମୀ ପାଇଁ ଅଧିକାଂଶ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିଲା । ଏହା ବ୍ୟତିତ ୬,୧୦,୧୩ ଓ ୧୪ ଏପ୍ରିଲରେ ଅଧିକାଂଶ ବ୍ୟାଙ୍କରେ କୌଣସି କାମ ହେବା ନାହିଁ । କାରଣ ଏପ୍ରିଲ ୬ରେ ମହାବୀର ଜୟନ୍ତୀ, ୧୦ରେ ଗୁଡ୍ ଫ୍ରାଇଡେ, ୧୩ରେ ବୈଶାଖୀ, ଓ ୧୪ରେ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପଡୁଛି ।

ଏହା ବ୍ୟତୀତ ଏପ୍ରିଲ ୧୫ରେ ବୋହାଗ ବିହୁ ବା ହିମାଚଳ ଦିବସ ଯୋଗୁଁ କେତେକ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସେହିପରି ଏପ୍ରିଲ ୨୦ରେ ଗରିଆ ପୂଜା ଓ ୨୫ରେ ପର୍ଶୁରାମ ପୂଜା ପଡୁଛି, ଫଳରେ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୫, ୧୨, ୧୯ ଓ ୨୬ ଏପ୍ରିଏ ରବିବାର ଓ ସେହିଦିନ ସାପ୍ତାହିକ ଅବକାଶ । ଏପ୍ରିଲ ୧୧ ମାସର ଦ୍ୱିତୀୟ ଶନିବାର ହୋଇଥିବା ବେଳେ ୨୫ ଏପ୍ରିଲ ଚତୁର୍ଥ ଶନିବାର, ଫଳରେ ଏହି ଦୁଇ ଦିନ ବ୍ୟାଙ୍କରେ କାମ ହେବ ନାହିଁ । କିନ୍ତୁ ଏହି ସମୟ ମଧ୍ୟରେ ଡିଜିଟାଲ କାରବାର ଭଳି ସୁବିଧା ସୁରୁଖୁରୁରେ ଚାଳିବ । ଏପରି ପରିସ୍ଥିତିରେ ଦୁମେ ତୁମର ବ୍ୟାଙ୍କିଂ କାର୍ଯ୍ୟକୁ ଘରେ ସମାଧାନ କରିବା ଉଚିତ୍ ।

Get real time updates directly on you device, subscribe now.