ମନ୍ତ୍ରୀ ହେବା ପାଇଁ ବିଧାୟକଙ୍କ ସିଲେଇ ହୋଇଥିବା ସୁଟ୍‌ର କ’ଣ ହେବ?, ମହାରାଷ୍ଟ୍ରର ଅବସ୍ଥା ଉପରେ ନିତିନ ଗଡକରୀଙ୍କ ଚୁଟକୁଲା

ମହାରାଷ୍ଟ୍ର : ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଥିବା ନୂତନ ରାଜନୈତିକ ଘଟଣା ଉପରେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟୀର ନେତା ନିତିନ ଗଡକରୀ ଚୁଟକୁଲା କରିଛନ୍ତି । ନିତିନ ଗଡକରୀ ଶୁକ୍ରବାର ନାଗପୁରର ଏକ କାର୍ଯ୍ୟକ୍ରମରେ ମହାରଷ୍ଟ୍ରର ବିଧାୟକଙ୍କ ଅସନ୍ତୋଷ ବିଷୟରେ କହିଛନ୍ତି । ଗଡକରୀ କୌତୁହଳରେ କହିଲେ ଯେ, ମନ୍ତ୍ରୀ ହେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ବର୍ତ୍ତମାନ ଅସନ୍ତୁଷ୍ଟ ଅଛନ୍ତି । ଅପରପକ୍ଷରେ ହସି ହସି କହିଲେ ଯେ ବିଧାୟକ ହେବାକୁ ସ୍ୱପ୍ନ ଦେଖୁଥିବା ମନ୍ତ୍ରୀ ଜାଣିନାହାନ୍ତି ଯେ ସେମାନଙ୍କ ସିଲେଇ ହୋଇଥିବା ସୁଟ କ’ଣ ହେବ ।

ସଭାରେ ଗଡକରୀ କହିଲେ, ଯଦି କୌଣସି ବ୍ୟକ୍ତି ଏହା ଶ୍ୱୀକାର କରିଦିଏ ଯେ ତାକୁ ତାର ଯୋଗ୍ୟତା ଅନୁସାରେ ପଦବୀ ମିଳିଛି, ତେବେ ସେହି ବ୍ୟକ୍ତି ମିଳିଥିବା ପଦବୀରେ ସନ୍ତୁଷ୍ଟ ଏବଂ ଖୁସି ହୋଇପାରିବ । ପରବର୍ତ୍ତୀ ସମୟରେ କହିଲେ ଯେ, “କର୍ପୋରେଟ ଖୁସି ନାହାନ୍ତି କାହିଁକି ନା ସେ ବିଧାୟକ ହୋଇ ପାରିଲେ ନାହିଁ, ବିଧାୟକ ଖୁସି ନାହାନ୍ତି କାହିଁକି ନା ସେ ମନ୍ତ୍ରୀ ହୋଇପାରିଲେ ନାହିଁ ଏବଂ ମନ୍ତ୍ରୀ ଖୁସି ନାହାନ୍ତି କାହିଁକି ନା ତାଙ୍କୁ ଭଲ ମନ୍ତ୍ରାଳୟ ମିଳିପାରିଲା ନାହିଁ ।” ଏନେଇ ଗଡକରୀ ମଜାକ ଉଡାଇ କହିଲେ, “ ଯେଉଁ ଲୋକ ମନ୍ତ୍ରୀ ହୋଇଛନ୍ତି ସେମାନେ ଖୁସି ନାହାନ୍ତି ଏବଂ ଭାବୁଛନ୍ତି କଣ ସେମାନଙ୍କ ସମୟ କେବେ ଆସିବ, ଆଉ କେବେ ବିଧାୟକ ହୋଇପାରିବେ । ଆଗରୁ ମନ୍ତ୍ରୀ ମାନେ ବିଧାୟକର ସୁଟ୍ ସିଲେଇ କରି ଶପଥ ଗ୍ରହଣ ସଭା ପାଇଁ ପ୍ରସ୍ତୁିତ ହୋଇଯାଇଥିଲେ । କିନ୍ତୁ ସିଲେଇ ହୋଇଥିବା ସୁଟ୍ ବର୍ତ୍ତମାନ କଣ ହେବ । ଶେଷରେ କହିଲେ, “ ଗୋଟିଏ କୋଠରୀରେ ମନ୍ତ୍ରୀଙ୍କ କ୍ଷମତା ଠାରୁ ଅଧିକ ଲୋକ ବସି ପାରିବେ, କିନ୍ତୁ ମନ୍ତ୍ରାଳୟର ଆକାର ବଢା ଯାଇ ପାରିବ ନାହିଁ ।”

ଅଜିତ ପାୱାର ରାଜ୍ୟ ସରକାର ସହ ସାମିଲ ହେବା ପରେ, ସେ ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉପରେ ଏଭଳି ଚୁଟକୁଲା କରି କହିଛନ୍ତି । ଅନ୍ୟପକ୍ଷରେ ବିପକ୍ଷ ନେତା ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନଦେର ନେତୃତ୍ୱରେ ଶିବସେନା ଏବଂ ସାହାଯୋଗୀ ବିଜେପିର ବିଧାୟକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।