fbpx

ପ୍ରଥମ ଦିନିକିଆ ପାଇଁ କ’ଣ ହେବ Playing 11? ଜାଡେଜାଙ୍କ ଖେଳିବାକୁ ନେଇ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ୱେଷ୍ଟଇଣ୍ଡିଜ-ଭାରତ ଦିନିକିଆ ସିରିଜ । ପୋର୍ଟ ଅଫ ସ୍ପେନର କ୍ୱିନ୍ସ ପାର୍କ ଓଭଲରେ ଖେଳାଯିବ ଏହି ସିରିଜର ପ୍ରଥମ ମ୍ୟାଚ । ଭାରତୀୟ ସମୟ ଅନୁସାରେ, ଏହାର ସିଧାପ୍ରସାରଣ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ଭାରତ ପକ୍ଷରୁ ଷ୍ଟାର ଓପନର ଶିଖର ଧୱନ ନେତୃତ୍ୱ ନେଉଥିବା ବେଳେ ୱେଷ୍ଟଇଣ୍ଡିଜର ଅଧିନାୟକ ରହିଛନ୍ତି ନିକୋଲାସ ପୁରନ । ତେବେ ସିରିଜ ପାଇଁ ଭାରତୀୟ ଦଳର ଉପ ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କ ଖେଳିବାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ଯଦି ଜାଡେଜା ଦଳରେ ଜାଡେଜା ଉପଲବ୍ଧ ନ ହୁଅନ୍ତି ତେବେ କ’ଣ ରହିବ ଭାରତର Playing 11 ?

ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ସିରିଜର ଉପଅଧିନାୟକ ରବିନ୍ଦ୍ର ଜାଡେଜାଙ୍କ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି । ଆଣ୍ଠୁରେ ଆଘାତ ଯୋଗୁଁ ପ୍ରଥମ ମ୍ୟାଚ କିମ୍ବା ସମ୍ପୂର୍ଣ୍ଣ ସିରିଜରୁ ମଧ୍ୟ ବାଦ ପଡି ପାରନ୍ତି ଜାଡେଜା । ତେବେ ଜାଡେଜାଙ୍କ ସ୍ଥାନରେ କିଏ ଖେଳିବେ ତାହା ଧୱନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜାଡେଜାଙ୍କ ବଦଳରେ ବୋଲିଂ ଅଲରାଉଣ୍ଡର ଅକ୍ସର ପଟେଲ ଭାରତ ପାଇଁ ସବୁଠୁ ଭଲ ବିକଳ୍ପ ହୋଇ ପାରନ୍ତି । ତେଣୁ ଜାଡେଜାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରି ପାରନ୍ତି ଗବର ।

ଏହାବ୍ୟତୀତ ଧୱନଙ୍କ ସହ କିଏ ଓପନିଙ୍ଗ କରିବେ ତାହା ମଧ୍ୟ ଏକ ବଡ ପ୍ରଶ୍ନ । ଇଶାନ କିଶାନ ଏବଂ ଋତୁରାଜ ଗାଏକ୍ୱାଡଙ୍କ ପରି ନିୟମିତ ଓପନର ଦଳରେ ମହଜୁଦ ଥିବା ବେଳେ ସଞ୍ଜୁ ସାମସନ ଏବଂ ମଧ୍ୟ ଜଣେ ଭଲ ବିକଳ୍ପ ରହିଛନ୍ତି । ତେବେ ମିଡିଲ ଅର୍ଡର ଦାୟିତ୍ୱ ଶ୍ରେୟସ ଆୟର, ଦୀପକ ହୁଡ୍ଡା ଏବଂ ସୂର୍ଯ୍ୟକୁମାରଙ୍କ କାନ୍ଧ ଉପରେ ରହିବ । ତେବେ ଆସନ୍ତୁ ଜାଣିବା କ’ଣ ହୋଇପାରେ ଆଜିର Playing 11…

ୱେଷ୍ଟଇଣ୍ଡିଜର Playing 11 :

ଶାଇ ହୋପ(ୱିକେଟ କିପର), ବ୍ରେଣ୍ଡନ କିଙ୍ଗ, ଶମାର ବ୍ରୁକ୍ସ, କାଇଲ ମେୟର୍ସ, ନିକୋଲାସ ପୁରନ(ଅଧିନାୟକ), ରୋବମନ ପାୱେଲ, ଜାସନ ହୋଲ୍ଡର, ଅକିଲ ହୁସେନ, ଅଲଜାରୀ ଜୋସେଫ, ଗୁଡାକେଶ ମୋତି ଏବଂ ଜେଡେନ ସିଲ୍ସ ।

ଭାରତର Playing 11:

ଶିଖର ଧୱନ(ଅଧିନାୟକ), ଇଶାନ କିଶାନ(ୱିକେଟ କିପର)/ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ସଞ୍ଜୁ ସାମସନ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା/ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଆବେଶ ଖାନ/ ପ୍ରସିଦ୍ଧ କ୍ରୀଷ୍ଣା, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ ।

Get real time updates directly on you device, subscribe now.