fbpx

୨୩୦୦ରେ କିପରି ଦେଖାଯିବ ପୃଥିବୀ? ଲୋକ ଏବଂ ସ୍ମାର୍ଟଫୋନକୁ ନେଇ ଏଆଇ ତିଆରି କଲା ଫଟୋ

ନୂଆଦିଲ୍ଲୀ: ଭବିଷ୍ୟତ ଏବଂ ସେତେବେଳେ ଲୋକ କିପରି ଦେଖାଯିବେ ଏହି ପ୍ରଶ୍ନର ଉତ୍ତର ବହୁ ଲୋକଙ୍କ ମନରେ ଚାଲିଥାଏ । ତେବେ ଏହି ପ୍ରଶ୍ନର ଉତ୍ତର ଆମେ କେଉଁଠୁ ଖୋଜିବା? ଗୁଗୁଲରେ ସର୍ଚ୍ଚ କଲେ ଏକ ଲମ୍ବା ପୋଥୀ ଭଳି ଆର୍ଟିକିଲ ଆମ ସାମ୍ନାକୁ ଆସିବ । ତେବେ କେଉଁଠୁ ପାଇବା ଏହି ପ୍ରଶ୍ନର ଉତ୍ତର? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଏଆଇ ଦେଇ ପାରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାମୟରୁ ଚାଟବଟ୍ ଚର୍ଚ୍ଚାରେ ରହିଛି । ଅର୍ଥାତ ଏହାର ମାନେ ହେଉଛି କଥାବର୍ତ୍ତା କରିବା ପାଇଁ ବୋଟ, ଯାହା ଏଆଇ ପାୱାର୍ଡ ଅଟେ । ତେବେ ଏକ ବୋଟ ମିଡ ଜର୍ଣ୍ଣି ଅଛି ଯାହାକି ଆପଣଙ୍କ ପାଇଁ ଭବିଷ୍ୟତ ଫଟୋ ପ୍ରସ୍ତୁତ କରିପାରିବ । ଏହି ଫଟୋରେ ଆପଣଙ୍କୁ ଏହାର ଉତ୍ତର ମିଳିଯିବ ।

ଯଦି ଆପଣ ଏହି ବୋଟକୁ ଭଲ ଢଙ୍ଗରେ ନିଜର ପ୍ରଶ୍ନ ପଚାରିବେ । ସେପରି ଭଲ ଉତ୍ତରରେ ଏହା ଭଲ ଫଟୋ ବାହାର କରିବ । ଫଟୋରେ ଭବିଷ୍ୟତ ମଧ୍ୟ ରହିପାରିବ । ଏପରି କିଛି ପ୍ରଶ୍ନ ଏହି ବୋଟକୁ ପଚରାଯାଇଛି । ପ୍ରଥମ ପ୍ରଶ୍ନରେ ପଚରାଯାଇଥିଲା ୨୩୦୦ ରେ ପୃଥିବୀ କିପରି ହେବ? ଏହାର ଉତ୍ତରରେ ମିଡ ଜର୍ଣ୍ଣି ଚାରୋଟି ଫଟୋ ଦେଖାଇଥିଲା । ଏହି ଫଟୋରେ ପୃଥିବୀ ବର୍ତ୍ତମାନ ଠାରୁ କିଛି ବଦଳିଛି । ଗୋଟିଏ ଅଂଶରେ କେବଳ ବରଫ ଥିବା ଜଣା ପଡ଼ୁଛି ଏବଂ ଅନ୍ୟପଟେ ପାହାଡ଼ ଓ ପାଣି ରହିଛି । ତୃତୀୟ ଫଟୋରେ ସବୁଜ ଜଙ୍ଗଲରେ ଭରପୁର ଦେଖାଯାଉଛି ।

ଦ୍ୱିତୀୟ ପ୍ରଶ୍ନ ଏହା ଥିଲା ଯେ, ୨୦୫୦ରେ ସ୍ମାର୍ଟପୋନ କିପରି ଆସିବ? ସ୍ମାର୍ଟଫୋନର ଡିଜାଇନ ଟ୍ରାନ୍ସପରେଣ୍ଟ ରହିଛି । ସେହିପରି ଫୋନର କୋଣରେ ମେଟାଲର ଫ୍ରେମ ଲାଗାଯାଇଛି । ସେହି ଫୋନରେ ଫଟୋ ଫ୍ରେମ ସହିତ ସ୍ପିକର ମଧ୍ୟ ଯୋଡା ଯାଇଛି । ଏପରି ନୁହେଁ ଯେ, ଏଥିରେ ଦେଖାଯାଇଥିବା ସ୍ମାର୍ଟ ଫୋନ ଭବିଷ୍ୟତରେ ତାର ଡିଜାଇନ ସେହିପରି ରହିବ ହେଲେ ଏଥିରେ ଆପଣ ଭବିଷ୍ୟତର ଏକ ଝଲକ ଦେଖିବାକୁ ପାଇ ପାରିବେ ।

ତୃତୀୟ ପ୍ରଶ୍ନରେ ପଚରାଯାଇଥିଲା ଯେ, ଲୋକମାନେ ସେତେବେଳେ କିପରି ଦେଖାଯିବେ? ଆମେରିକା ଏବଂ ନୂଆଦିଲ୍ଲୀ ର ଲୋକମାନଙ୍କ ଫଟୋକୁ ନେଇ ଏଆଇ ବୋଟରେ ପଚରାଯାଇଥିଲା ଏହି ପ୍ରଶ୍ନ । ଏହାର ଉତ୍ତର ଦେଇ ବୋଟ କିଛି ଫଟୋ ତିଆରି କରି ଦେଇଥିଲା ।

Get real time updates directly on you device, subscribe now.