fbpx

ହାତରେ ରହିଛି କି ଏହି ଚିହ୍ନ, ୪୦ ପରେ ମିଳିଥାଏ ଉନ୍ନତି

ନୂଆଦିଲ୍ଲୀ: ବ୍ୟକ୍ତିର ହାତ ପାପୁଲିରେ ଅନେକ ଚିହ୍ନ କିମ୍ବା ଆକୃତି ନଜର ଆସିଥାଏ । ହସ୍ତରେଖା ଜ୍ୟୋତିଷଶାସ୍ତ୍ର ଅର୍ଥାତ ହସ୍ତଶାସ୍ତ୍ରରେ ଏହି ଆକୃତିର ବିଶେଷ ମହତ୍ୱ ମଧ୍ୟ ରହିଛି । ଅନେକ ସମୟରେ ଲୋକମାନେ ନିଜ ଭବିଷ୍ୟତ, ଚାକିରି କିମ୍ବା ବିବାହ ଭଳି କଥା ଜାଣିବା ପାଇଁ ହାତ ରେଖା ଦେଖାଇଥାନ୍ତି । ହସ୍ତଶାସ୍ତ୍ର ବିଶେଷଜ୍ଞଙ୍କ କହିବା ଅନୂଯାୟୀ ହାତରେ x-m ଭଳି H ର ମଧ୍ୟ ଏକ ଖାସ୍ ଅର୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା ହାତରେ Hର ଅର୍ଥ କ’ଣ ହୋଇଥାଏ ।

ହସ୍ତଶାସ୍ତ୍ର ଅନୂଯାୟୀ ହାତରେ H ତିନି ଖାସ୍ ରେଖା ମିଶିକରି ହୋଇଥାଏ । ଏହି ତିନି ରେଖା ହୃଦୟ, ଭାଗ୍ୟ, ଏବଂ ମସ୍ତିଷ୍କ ସହ ଜଡ଼ିତ । କୁହାଯାଏ ଯେ ଯେତେବେଳେ ଏହି ତିନି ରେଖା ଏକ ନିଶ୍ଚିତ ଢ଼ଙ୍ଗରେ ପରସ୍ପର ସହ ଯୋଡ଼ି ହୋଇଥାଏ ସେତେବେଳେ ହାତରେ H ଚିହ୍ନ ଆସିଥାଏ । H ଚିହ୍ନ ମନୁଷ୍ୟର ବ୍ୟବହାର ଏବଂ ଭାଗ୍ୟ ବିଷୟରେ ବହୁତ କଥା କହିଥାଏ । କୁହାଯାଏ ଯେ ଯେଉଁ ଲୋକଙ୍କ ହତରେ ଏହି H ଚିହ୍ନ ଥାଏ ସେମାନଙ୍କ ଭାଗ୍ୟ ୪୦ ବର୍ଷ ପରେ ଚମକିଥାଏ । ବୟସରେ ଏହି ଶ୍ରେଣୀରେ ତାଙ୍କ ଜୀବନରେ ବଡ଼ ବଡ଼ ୟୁ-ଟର୍ଣ୍ଣ ଆସିଥାଏ ।

ହସ୍ତଶାସ୍ତ୍ରୀଙ୍କ କହିବା ଅନୂଯାୟୀ ହାତରେ H ଚିହ୍ନ ବହୁତ ଶୁଭ ହୋଇଥାଏ । ଏମିତି ଲୋକଙ୍କୁ ଉନ୍ନତି ଡେରିରେ ମିଳିଥାଏ କିନ୍ତୁ ଏହାର ସଫଳତା ଲମ୍ବା ସମୟ ଧରି ରହିଥାଏ । ଏଭଳି ଲୋକ ଜୀବନରେ ଆଗକୁ ଯାଇ ବଡ଼ ପଦବୀରେ ହାସଲ କରିଥାନ୍ତି । ଏମାନଙ୍କ ଜୀବନରେ ୪୦ ପରେ ଅନେକ ଭଲ ପରିବର୍ତ୍ତନ ଆସିଥାଏ । ଜୀବନରେ ଏମାନଙ୍କୁ ସବୁ ପ୍ରକାର ଭୌତିକ ସୁଖ ମିଳିଥାଏ । କେହି ଖୁବ୍ ଧନ ଅର୍ଜନ କରିଥାନ୍ତି ତ’ କେହି ପଦ-ପ୍ରତିଷ୍ଠା ଅର୍ଜନ କରିଥାନ୍ତି ।

ତେବେ ଯେଉଁ ଲୋକଙ୍କ ହାତରେ H ଚିହ୍ନ ରହିଥାଏ । ସେମାନଙ୍କ ଦୃଦୟ ବହୁତ ନିର୍ମଳ ହୋଇଥାଏ । କିନ୍ତୁ ସରଳ ବ୍ୟବହାର ଯୋଗୁଁ ସେମାନେ ଠକାମୀରେ ପଡ଼ିପାରନ୍ତି । ଅନେକ ସମୟରେ ଲୋକମାନେ ଏମାନଙ୍କ ସରଳତାର ଫାଇଦା ଉଠାନ୍ତି । କିନ୍ତୁ ଏମାନେ ସବୁ ଚାଲେଞ୍ଜକୁ ସାମ୍ନା କରିବା ସହ ସବୁବେଳେ ସକରାତ୍ମକ ଚିନ୍ତା ସହ ଆଗକୁ ବଢ଼ିଥାନ୍ତି ।

 

Get real time updates directly on you device, subscribe now.