fbpx

ହ୍ୱାଟସଆପ୍ ବଦଳାଇଲା ପଲିସି, ବଢିଲା କୋଟି କୋଟି ଆଣ୍ଡ୍ରଏଡ୍ ୟୁଜରଙ୍କ ଟେନସନ

ନୂଆଦିଲ୍ଲୀ: ହ୍ୱାଟସଆପ୍ କୋଟି କୋଟି ଆଣ୍ଡ୍ରଏଡ୍ ୟୁଜରଙ୍କ ଟେନସନ ବଢାଇ ଦେଇଛି । ୨୦୨୪ ଆରମ୍ଭରୁ ୟୁଜର୍ସଙ୍କ ହ୍ୱାଟସଆପ୍ ବ୍ୟାକଅପ୍ ଗୁଗଲ ଡ୍ରାଇଭରେ ସେଭ୍ ହେବ । କମ୍ପାନୀ ଏହାର ପଲିସିରେ ବଡ ପରିବର୍ତ୍ତନ କରିଛି । ଗତ ମାସରେ ହିଁ କମ୍ପାନୀ ଘୋଷଣା କରିଥିଲା କି ୨୦୨୪ ଆରମ୍ଭରୁ ହ୍ୱାଟସଆପ୍ ବ୍ୟାକଅପ୍ ଲାଗି ଫ୍ରି ଗୁଗଲ ଷ୍ଟୋରେଜ୍ ସେବା ଶେଷ ହୋଇଯିବ । ତେବେ କମ୍ପାନୀ ଏଥିଲାଗି କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିନାହିଁ । ବହୁ ବିଟା ୟୁଜର୍ସ କିନ୍ତୁ ଏହି ପରିବର୍ତ୍ତନକୁ ଅନୁଭବ କଲେଣି । ହ୍ୱାଟସଆପ୍ ବ୍ୟାକଅପ୍ ଏବେ ଗୁଗଲ ଡ୍ରାଇଭର ଖାଲି ସ୍ପେସ୍‌କୁ ବ୍ୟବହାର କରୁଛି ।

ଏ ପର୍ଯ୍ୟନ୍ତ ଆଣ୍ଡ୍ରଏଡ୍ ୟୁଜର୍ସ ହ୍ୱାଟସଆପ୍ ବ୍ୟାକଅପ୍ ଲାଗି ଗୁଗଲ ଡ୍ରାଇଭର ନିର୍ଦ୍ଧାରିତ ଷ୍ଟୋରେଜର ବ୍ୟବହାର ହେଉ ନାହିଁ । ଏହି ଗୁଗଲ ଡ୍ରାଇଭକୁ ଷ୍ଟୋରେଜ୍ କୋଟାରୁ ବାହାରେ ରଖାଯାଇଥାଏ । ହ୍ୱାଟସଆପ୍‌ର ମୂଳ କମ୍ପାନୀ ମେଟା କହିଛି ୨୦୨୪ର ପ୍ରଥମ ୬ମାସ ଭିତରେ ଏହି ପରିବର୍ତ୍ତନ ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସ ଦେଖିବାକୁ ପାଇବେ । ତେବେ ଏଥିପାଇଁ ହ୍ୱାଟସଆପ୍ ପକ୍ଷରୁ ୩୦ ଦିନ ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରାଯିବ ଯାହା ଆପ୍‌ର ଚାଟ୍ ବ୍ୟାକଅପ୍ ସେଟିଂ ବ୍ୟାନରରେ ନଜର ଆସିବ । ଯେଉଁ ୟୁଜର୍ସଙ୍କ ପାଖରେ ଗୁଗଲ ଡ୍ରାଇଭରେ ଖାଲି ସ୍ଥାନ ଉପଲବ୍‌ଧ ନାହିଁ ସେମାନେ ଏଥିପାଇଁ ବିକଳ୍ପ ଉପାୟ ଯେପରିକି ଡାଇରେକ୍ଟ ଟ୍ରାନ୍ସଫର କିମ୍ବା ଟେକ୍ସଟ୍ ଓନ୍‌ଲି ବ୍ୟାକ ଅପ୍ ସାମିଲ ରହିଛି ।

Get real time updates directly on you device, subscribe now.