ଭାରତରେ ବନ୍ଦ ହେଲା 84 ଲକ୍ଷ WhatsApp ଆକାଉଣ୍ଟ, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଦେଶର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମ ପାଲଟିଛି । କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ ଭାରତରେ ପ୍ରାୟ 84 ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଦେଇଛି ।

ଏହି ପଦକ୍ଷେପ ହ୍ୱାଟ୍ସଆପର ମୂଳ କମ୍ପାନୀ ମେଟା ଦ୍ୱାରା ନିଆଯାଇଛି । ପ୍ଲାଟଫର୍ମରେ ବୃଦ୍ଧି ପାଉଥିବା ଠକେଇ ଏବଂ ଅପବ୍ୟବହାରକୁ ରୋକିବା ହେଉଛି ଏହାର ମୂଳ କାରଣ ।

କମ୍ପାନୀ କହିଛି ଯେ ଅନଲାଇନ୍ ଠକେଇରୁ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ଏବଂ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ମେଟାର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ୮.୪୫ ନିୟୁତ (୮୪ ଲକ୍ଷରୁ ଅଧିକ) ଆକାଉଣ୍ଟକୁ ବ୍ୟାନ୍ କରାଯାଇଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା 4(1)(d) ଏବଂ 3A(7) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କୌଣସି ଉପଭୋକ୍ତାଙ୍କ ଅଭିଯୋଗ ବିନା, WhatsApp ନିଜେ ତଦାରଖ କରି 1.6 ନିୟୁତରୁ ଅଧିକ ଆକାଉଣ୍ଟକୁ ସକ୍ରିୟ ଭାବରେ ବ୍ୟାନ୍ କରିଥିବା କୁହାଯାଇଛି ।

ପ୍ଲାଟଫର୍ମକୁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ କରିବା ପାଇଁ ହ୍ୱାଟସଆପର ଏହି ପଦକ୍ଷେପ ନିଆଯାଇଛି । ମେଟାର ଲକ୍ଷ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କରିବା ଦର୍ଶାଉଛି ଯେ କମ୍ପାନୀ ଠକେଇ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ନିରନ୍ତର କଠୋର ପଦକ୍ଷେପ ନେଉଛି ।