‘WHO’ ସହଭାଗିତାରେ କରୋନା ଭ୍ୟାକ୍ସିନ ଷ୍ଟିକର ଜାରି କରିଛି Whatsapp, ଜାଣନ୍ତୁ କିପରି କରିପାରିବେ ଡାଉନଲୋଡ

News across the Earth, news close to your heart, Read Odisha Bhaskar English

କରୋନା ଭ୍ୟାକ୍ସିନକୁ ନେଇ ଷ୍ଟିକର ଜାରି କରିଛି Whatsapp , ଏହା ପୂର୍ବରୁ ମଧ୍ୟ Whatsapp କରୋନା ଭାଇରସକୁ ନେଇ ଷ୍ଟିକର ଜାରି କରିଥିଲା । ଏଥିପାଇଁ WHO ସହିତ ସହଭାଗିତା ହୋଇଛି ।
Whatsapp ଏବଂ WHO ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଷ୍ଟିକର ପ୍ୟାକର ନାମ Vaccines for All ରଖାଯାଇଛି । ଏହାକୁ ଲୋକମାନଙ୍କ ମଧ୍ୟରେ ଭ୍ୟାକ୍ସିନକୁ ନେଇ ସଚେତନତା କରିବା ପାଇଁ କଂପାନୀ ଲଞ୍ଚ କରିଛି ।
ନୂଆ Whatsapp ଷ୍ଟିକର ପ୍ୟାକ Vaccines for All ରେ କରୋନା ଭ୍ୟାକ୍ସିନ ଉପରେ ୨୪ଟି ଷ୍ଟିକର ରହିଛି । ଏଥିରେ ଆନିମେଟେଡ ଷ୍ଟିକର, ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମଧ୍ୟ ରହିଛି ।
ଜାଣନ୍ତୁ କିପରି କରିବେ ଡାଉନଲୋଡ:
ଯଦି ଆପଣ Whatsapp ଅପଡେଟ କରିନାହାନ୍ତି ତେବେ ପ୍ରଥମେ ଏହାକୁ ଅପଡେଟ କରିନିଅନ୍ତୁ, ଏହାପରେ Whatsappରେ କୌଣସି ଚାଟ ଖୋଲନ୍ତୁ ଏବଂ ଇମୋଜି ଆଇକନ ଉପରେ ଟଚ କରି ଷ୍ଟିକର ସେକ୍ସନକୁ ଯାଆନ୍ତୁ । ଏଠାରେ ଆପଣ Vaccines for All  ଷ୍ଟିକର ପ୍ୟାକ ପାଇପାରିବେ, ଯାହାକୁ ଆପଣଙ୍କୁ ଆଡ୍ କରିବାକୁ ପଡିବ ।
Whatsapp କହିଛି କି କଂପାନୀ ୧୫୦ ଜାତୀୟ, ରାଜ୍ୟ ଏବଂ ଆଞ୍ଚଳିକ ସରକାରଙ୍କ ସହିତ ଏବଂ WHO ଏବଂ UNICEF ସହ କୋଭିଡ ୧୯କୁ ନେଇ ଭାଗୀଦାରୀ କରିଛି । ଯାହାର ଉଦ୍ଧେଶ୍ୟ ରହିଛି ଭାଇରସକୁ ନେଇ ଜଡିତ ସଠିକ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ।
Whatsapp ଏହାର ଏକ ବ୍ଲଗରେ କହଛି କି Whatsapp ହେଲ୍ପଲାଇନ ମାଧ୍ୟମରେ ପ୍ରାୟ ୩ ଅରବ ମେସେଜ ପଠାଯାଇସାରିଛି । ନିକଟରେ ଫସବୁକ କରୋନା ଭାଇରସକୁ ନେଇ ପ୍ରୋଫାଇଲ ଫ୍ରେମର ଆରମ୍ଭ କରିଛି । ଏହାକୁ ମଧ୍ୟ କରୋନା ଭ୍ୟାକ୍ସିନକୁ ନେଇ ଲୋକଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ପ୍ରସ୍ତୁତ କରାଯାଇଛି

Get real time updates directly on you device, subscribe now.