fbpx

WhatsAppରେ ଏବେ ସଙ୍ଗେ ସଙ୍ଗେ ଜଣାପଡିବ ଫ୍ରେଣ୍ଡସଙ୍କ ଅନଲାଇନ ଷ୍ଟାଟସ, ଜାଣନ୍ତୁ କେବେ ଆସିବ ଏହି ଫିଚର

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଆଉ ଏକ ମଜାଦାର ଫିଚର ଆସୁଛି । ଯାହା ଆପଣଙ୍କ ସାଙ୍ଗମାନଙ୍କ ଅନଲାଇନ ଷ୍ଟାଟସ ବିଷୟରେ କହିବ । ବର୍ତ୍ତମାନ ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କ ମଧ୍ୟରୁ କିଏ ଅନଲାଇନ ଅଛି ଏବଂ କିଏ ନାହିଁ ତାହା ଜଣାପଡୁନାହିଁ । ହ୍ୱାଟ୍ସଆପ ଯେବେ ଲଞ୍ଚ ହୋଇଥିଲା, ସେତେବେଳେ ଏହା ଦେଖାଯାଉଥିଲା । ବର୍ତ୍ତମାନ ହ୍ୱାଟ୍ସଆପ ଏହାକୁ ଏକ ନୂଆ ଭାବେ ଆଣିବାକୁ ଯାଉଛି । ହ୍ୱାଟ୍ସଆପର ଏହି ଫିଚରକୁ ବୀଟା ଭର୍ଜନରେ ନଜର ଆସିଛି ।

ହ୍ୱାଟ୍ସଆପ ନିଜର ଏହି ଫିଚରକୁ Recently Online ନାମରେ ସେଟ କରୁଛି । ଏହି ଫିଚରକୁ ଆଣ୍ଡ୍ରୋଏଡ ବୀଟା ଭର୍ଜନ ୨.୨୪.୯.୧୪ରେ ଦେଖାଯାଇଛି । ଏହି ଫିଚରକୁ ହ୍ୱାଟ୍ସଆପର କିଛି ବୀଟା ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ଅଣାଯାଇଛି । ଟେଷ୍ଟିଙ୍ଗ ପୂରା ହେବା ପରେ ଏହି ସମସ୍ତ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରାଯାଇପାରେ । WABetaInfo ହ୍ୱାଟ୍ସଆପର ଏହି ଅପକମିଙ୍ଗ ଫିଚରର ଏକ ସ୍କ୍ରିନସର୍ଟ ସେୟାର କରିଛି, ଯେଉଁଥିରେ ସିଲେକ୍ଟ କଣ୍ଟାକ୍ଟ ତଳେ ଅନଲାଇନ ଆସିଥିବା ଫ୍ରେଣ୍ଡସଙ୍କୁ ଦେଖାଯାଇଛି ।

ଏହି ଫିଚର ରୋଲ ଆଉଟ ହେବାପରେ ୟୁଜର୍ସଙ୍କୁ ନିଜ ଫ୍ରେଣ୍ଡସଙ୍କ ଅନଲାଇନ ରହିବାର ଷ୍ଟାଟସକୁ ମାନୁଆଲୀ ଯାଇ ଚେକ କରିପାରିବେ । ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟକୁ ଯାଇ ଅନଲାଇନ ଆସିଥିବା ଫ୍ରେଣ୍ଡସଙ୍କ ବିଷୟରେ ସୂଚନା ପ୍ରାପ୍ତ କରିପାରିବେ । ଏହା ବ୍ୟତୀତ ହ୍ୱାଟ୍ସଆପ ଅନ୍ୟ ଏକ ଫିଚର ଉପରେ କାମ କରୁଛି । ଯେଉଁଥିରେ ୟୁଜର୍ସ ନିଜ ପସନ୍ଦ ଚ୍ୟାନେଲକୁ ଟ୍ୟାପରେ ଫିନ କରିପାରିବେ । ଏହି ସୁବିଧା ଗ୍ରୁପ୍ସ ପାଇଁ ଉପଲବ୍ଧ ଅଟେ, ଯେଉଁଥିରେ ୟୁଜର୍ସ ନିଜର ତିନୋଟି ପସନ୍ଦ ଗ୍ରୁପ୍ସତ ବା କଣ୍ଟାକ୍ଟକୁ ପିନ କରିପାରିବେ ।

Get real time updates directly on you device, subscribe now.