fbpx

ତୁର୍କୀ ଭୂକମ୍ପରେ ଆବର୍ଜନା ତଳେ ପୋତି ହୋଇଥିବା ଛାତ୍ରଙ୍କ ଜୀବନ ବଞ୍ଚାଇଲା Whatsapp, ଅସୁଵିଧା ସମୟରେ ଆପଣ ମଧ୍ୟ କରିପାରିବେ ବ୍ୟବହାର

Advertisement

ନୂଆଦିଲ୍ଲୀ: ଆମେ ମୁଖ୍ୟତଃ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରିଥାଉ। ବର୍ତ୍ତମାନ ହ୍ୱାଟ୍ସଆପ୍ ଯୋଗୁଁ ଜଣେ ଛାତ୍ରଙ୍କ ଜୀବନ ବଞ୍ଚାଇବା ମାମଲା ସାମ୍ନାକୁ ଆସିଛି। ନିକଟରେ ତୁର୍କୀରେ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଭୂକମ୍ପ ପରେ ହ୍ୱାଟ୍ସଆପ୍ ଯୋଗୁଁ ଆବର୍ଜନାରେ ପୋତି ହୋଇଥିବା ଛାତ୍ରଙ୍କ ଜୀବନ ବଞ୍ଚିଯାଇଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ରିପୋର୍ଟ ଅନୁଯାୟୀ, ବୋରାନ କୁବାଟ ନାମକ ଜଣେ ଛାତ୍ର ପୂର୍ବ ତୁର୍କୀର ଏକ କୋଠାର ଆବର୍ଜନା ତଳେ ପୋତି ହେଇଯାଇଥିଲେ । ଏହା ପରେ ହ୍ୱାଟ୍ସଆପ୍ ସାହାଯ୍ୟ ନେଇ ସେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହା ସହିତ ସେ ତାଙ୍କର ଅବସ୍ଥାନ ମଧ୍ୟ ସେୟାର କରିଥିଲେ।

ଛାତ୍ର ଏବଂ ତାଙ୍କ ମା ପ୍ରଥମ କମ୍ପନରୁ ବଞ୍ଚି ଯାଇଥିଲେ କିନ୍ତୁ ସେମାନେ ନିଜ କୋଠାକୁ ଯାଉଥିବାବେଳେ ଦ୍ୱିତୀୟ କମ୍ପନ ଯୋଗୁଁ କୋଠାଟି ଭୁଶୁଡି ପଡିଥିଲା। ତେବେ ଅଳିଆ ଆବର୍ଜନାରେ ପୋତି ହୋଇଥିବାରୁ ତାଙ୍କ ଜୀବନ ରକ୍ଷା ପାଇଲା। ଏହା ପରେ, ବୋରାନ୍ କୁବାଟ୍ ହ୍ୱାଟ୍ସଆପ୍ ଆବର୍ଜନାରୁ ଭିଡିଓ ବାର୍ତ୍ତା ରେକର୍ଡ କରିଥିଲେ ଏବଂ ଏହାକୁ ଲୋକେସନ ସହ ସେୟାର କରିଥିଲେ।

ସେ ଲେଖିଥିଲେ ଯିଏ ଏହି ବାର୍ତ୍ତା ପାଇବ, ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଆନାଡୋଲୁ ଏଜେନ୍ସି କହିଛି ଯେ ଏହି ଭିଡିଓ ଯୋଗୁଁ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜିବାର ସହଜ ହୋଇ ଥିଲା ଏବଂ ତାଙ୍କ ଜୀବନ ବଞ୍ଚିଛି। ଛାତ୍ର ଜଣକ କହିଛନ୍ତି ଯେ ଆବର୍ଜନାରେ ଫସିଯିବା ପରେ ସେ ମନେ ପକାଇଲେ ଯେ ହ୍ୱାଟ୍ସଆପ୍ ଲୋକେସନ ମାଧ୍ୟମରେ ସେ ଏବଂ ତାଙ୍କ ମା’ଙ୍କ ଜୀବନ ବଞ୍ଚାଇବାକୁ ସେ ଆବେଦନ କରିପାରିବେ। ସେ ହ୍ୱାଟ୍ସଆପ୍ ନିଜର ସ୍ଥାନ ମଧ୍ୟ ସେୟାର କରିଥିଲେ । ଏହା ତାଙ୍କୁ ଏବଂ ତାଙ୍କ ମାଙ୍କୁ ଖୋଜିବାରେ ଉଦ୍ଧାରକାରୀ ଦଳକୁ ବହୁତ ସାହାଯ୍ୟ କରିଥିଲା ​। ତେବେ ସେ କହିଛନ୍ତି ଯେ ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ଆବର୍ଜନା ତଳେ ପୋତି ହେଇଛନ୍ତି , ଯାହାପରେ ଉଦ୍ଧାରକାରୀ ଦଳ ତାର କାର୍ଯ୍ୟ ଜାରିରଖିଛନ୍ତି ।

Get real time updates directly on you device, subscribe now.