fbpx

ଘରେ ଝାଡ଼ୁ ପୋଛା କରିବା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ, ଧନର ହେବ ବର୍ଷା

ଓଡ଼ିଶା ଭାସ୍କର ବ୍ୟୁରୋ: ଆମେ ସମସ୍ତେ ଜାଣିଛୁ ଯେ, ଝାଡ଼ୁ କରିବା ଦ୍ୱାରା ଘର ସଫା ସୁତରା ରହିଥାଏ ଏବଂ ଆମ ଚତୁର୍ପାଶ୍ୱରେ ସ୍ୱଚ୍ଛତା ମଧ୍ୟ ବଜାୟ ରହିଥାଏ । ଏହା ବ୍ୟତୀତ ଯଦି ଆପଣ ଝାଡ଼ୁ କରିବା ସମୟରେ କିଛି କଥା ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହେବ । ଅର୍ଥାତ୍ ଧନପ୍ରାପ୍ତି ହେବ । ଶାସ୍ତ୍ର ଅନୁସାରେ, ଘରକୁ ମହାଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ଜଣାଯାଇଥାଏ ।

ଏହା ବ୍ୟତୀତ ଯେଉଁ ଘରର କୋଣ କୋଣ ସଫା ସୁତରା ରହିଥାଏ ସେଠାକାର ବାତାବରଣ ସକାରାତ୍ମକ ରହିଥାଏ । ଏହାଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ତେଣୁ ଘରକୁ ଝାଡ଼ୁ କରିବା ସମୟରେ ବିଶେଷ ଧ୍ୟାନର ସହିତ କରିବା ଉଚିତ୍ । ତେବେ ଝାଡ଼ୁକୁ କେଉଁଭଳି ଭାବରେ ଘରେ ରଖିବା ଦରକାର, ସେ ବିଷୟରେ ଜାଣିବା ଉଚିତ୍ ।

ଜାଣିରଖନ୍ତୁ ଯେ, ଘରେ ଝାଡ଼ୁକୁ କୌଣସି ଖୋଲା ସ୍ଥାନରେ ରଖିବାକୁ ଅଶୁଭ ବୋଲି ଧରାଯାଇଥାଏ । ତେଣୁ ଝାଡ଼ୁ ସବୁବେଳେ ଲୁଚାଇ ରଖନ୍ତୁ । ସେହିପରି ଯେଉଁ ଘରେ ବସି ଖାଉଛନ୍ତି ସେଠାରେ ଆଦୌ ଝାଡ଼ୁ ରଖନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ଖାଦ୍ୟ ଶୀଘ୍ର ସରିଯାଇଥାଏ । ଏହା ସହିତ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ମଧ୍ୟ ଗତି କରିବାକୁ ପଡ଼ିଥାଏ ।

ସେହିପରି ଯଦି ଆପଣ ରାତିରେ ବାହାର କବାଟ ପାଖରେ ଝାଡ଼ୁ ରଖୁଛନ୍ତି ତେବେ ତଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ । ତେଣୁ ରାତିରେ ଝାଡ଼ୁକୁ ଭିତରେ ଆଣି ରଖନ୍ତୁ ଏବଂ ଦିନରେ ଲୁରାଇ ରଖନ୍ତୁ । ଏଥିସହିତ ଘର ଚଟାଣ ସଫା କରିବା ସମୟରେ ପାଣିରେ ଅଳ୍ପ ଲୁଣ ପକାନ୍ତୁ । ଏପରି କରିବା ଦ୍ୱାରା ଚଟାଣରେ ଥିବା କୀଟାଣୁ ନଷ୍ଟ ହୋଇଯାଆନ୍ତି ।

Get real time updates directly on you device, subscribe now.