fbpx

କିଷାନଙ୍କୁ ୧୨ତମ କିସ୍ତି କେବେ ମିଳିବ: ଜାଣନ୍ତୁ ଏହାର ତାରିଖ, ଅପଡେଟ୍

ନୂଆଦିଲ୍ଲୀ: ଯଦି ଆପଣ ପିଏମ୍ କିଷାନ ଯୋଜନାର ଲାଭାର୍ଥୀ ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ପିଏମ୍ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ଯୋଜନାର ୧୨ତମ କିସ୍ତି ଖୁବଶୀଘ୍ର ରିଲିଜ୍ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏହି ଯୋଜନା ସରକାରଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଯୋଜନା ଅଟେ । ଏହି ଯୋଜନାର ଫାଇଦା ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି ।

ପିଏମ୍ କିଷାନର ପରବର୍ତ୍ତୀ କିସ୍ତି ଚଳିତ ମାସରେ ଆସିବ । ଏହି ଯୋଜନା ଅନୁଯାୟୀ, ପ୍ରଥମ କିସ୍ତି ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ, ତୃତୀୟ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ପ୍ରଦାନ କରାଯାଇଥାଏ । ସେହିପରି ୧୨ତମ କିସ୍ତି ଚଳିତ ମାସରେ ଘୋଷଣା ହୋଇପାରେ । ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଯଦି ଆପଣ ଇ-କିୱାଇସି କରିନଥିବେ, ତେବେ ପିଏମ୍ କିଷାନର ଅର୍ଥ ଆପଣଙ୍କୁ ମିଳିନପାରେ । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଜାରି କରାଯାଇଛି । ପିଏମ୍ କିଷାନ ପୋର୍ଟାଲ ମୁତାବକ, ଆଧାର ଆଧାରିତ ଓଟିପି ପ୍ରମାଣୀକରଣ ପାଇଁ କିଷାନଙ୍କୁ କିଷାନ କର୍ଣ୍ଣରରେ ଇ-କେୱାଇସି ବିକଳ୍ପ ଉପରେ କ୍ଲିକ କରିବାକୁ ପଡ଼ିବ । ବାୟୋମେଟ୍ରିକ ପ୍ରମାଣୀକରଣ ପାଇଁ ନିକଟସ୍ଥ ସିଏସସି ସେଣ୍ଟରକୁ ଯିବାକୁ ପଡ଼ିବ ।

Get real time updates directly on you device, subscribe now.