fbpx

ଦେବୀ ମନ୍ଦିରରୁ ବାହାରିଲେ ବର୍ଷା ହୁଏ, ଜାଣନ୍ତୁ କେଉଁଠି

ଚାମୋଲି: ଉତ୍ତରାଖଣ୍ଡର ଚାମୋଲିର ରାନିଗଡ଼ ଠାରେ ଆରଧ୍ୟାଦେବୀ ମା ଦେବରାଡିଙ୍କ ଏକ ମନ୍ଦିର । ଯଦିଓ ସ୍ଥାନୀୟ ଲୋକମାନେ ମାତାଙ୍କୁ ‘ଦେବରାଡି’ ନାମରେ ସମ୍ବୋଧିତ କରନ୍ତି କିନ୍ତୁ ମାତାଙ୍କ ପ୍ରକୃତ ନାମ ହେଉଛି ‘ଦେବରାଣୀ’ ।
ପୌରାଣିକ କାହାଣୀ ଅନୁଯାୟୀ, ପତି ଶିବଙ୍କ ଅପମାନକୁ ସହ୍ୟ ନକରି ପିତାଙ୍କ ଯଜ୍ଞକୁଣ୍ଡକୁ ଡେଇଁ ଆତ୍ମହୁତି ଦେଇଥିଲେ ମାତା ସତୀ । ତା’ପରେ ଶଙ୍କର ଭଗବାନ ସତୀଙ୍କ ଦଗ୍ଧ ଶରୀରକୁ ଧରି ତାଣ୍ଡବ କରିଥିଲେ ।

Uttarakhand chamoli devradi temple in ranigadh patti devotee believed that  when goddess comes out here it rains - Chamoli news: यहां मंदिर से जब बाहर  निकलती हैं देवी तब होती है बारिश,

ବ୍ରହ୍ମାଣ୍ଡର ସୁରକ୍ଷା ପାଇଁ ଭଗବାନ ବିଷ୍ଣୁ ମାତା ସତୀଙ୍କ ଶରୀରକୁ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ କରିଥିଲେ । କୁହାଯାଏ ଯେ ମାତା ସତୀଙ୍କ ଶରୀରର ଉପର ଅଂଶ ରାନିଗଡ ଅଞ୍ଚଳରେ ପଡିଥିଲା । ପରେ ଏଠାରେ ମାତା ସତୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଏହି କାରଣରୁ ଏଠାରେ ମା ସତୀଙ୍କୁ ନବଦୁର୍ଗା ରୂପରେ ପୂଜା କରାଯାଇଥିଲା ।

Uttarakhand chamoli devradi temple in ranigadh patti devotee believed that  when goddess comes out here it rains - Chamoli news: यहां मंदिर से जब बाहर  निकलती हैं देवी तब होती है बारिश,

ବିଶ୍ୱାସ କରାଯାଏ, ଯେ ଯଦି କେହି ମା ଦେବରାଡିଙ୍କୁ ଆନ୍ତରିକତାର ସହିତ ପ୍ରାର୍ଥନା କରନ୍ତି, ତେବେ ମା ସମସ୍ତ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ମେଳା ଦିନ ମାତା ଦେବରାଡି ମନ୍ଦିରରୁ ବାହାରକୁ ଆସନ୍ତି । ଆଉ ସେହି ସମୟରେ ବର୍ଷା ହୁଏ । ଯେବେ ବି ମାଆ ମନ୍ଦିର ବାହାରକୁ ଆସନ୍ତି, ସେହି ସମୟରେ ବର୍ଷା ହେବା ନିଶ୍ଚିତ । ଯାହା ଦ୍ୱାରା ପରିବେଶ ସଫା ସୁନ୍ଦର ହୋଇଯାଏ ଏବଂ ଏହାକୁ ଶୁଭ ସଙ୍କେତ ବୋଲି ସ୍ଥାନୀୟଲୋକ ବିଶ୍ୱାସ କରନ୍ତି ।

Get real time updates directly on you device, subscribe now.