fbpx

କାହିଁକି ବିଳମ୍ବ ହେଉଛି ଅପରେସନ, ଏହା ପଛର କାରଣ କଣ, ରାହୁଲକୁ ନେଇ ବଢ଼ୁଛି ଆଶଙ୍କା

ନୂଆଦିଲ୍ଲୀ: ୮୦ ଫୁଟର ବୋରୱେଲରେ ଖସି ପଡ଼ିଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ରାହୁଲକୁ ନେଇ ଆଶଙ୍କା ହଟିନାହିଁ । ଗତକାଲି ରାହୁଲ ନିକଟରେ ପହଞ୍ଚିବାକୁ ମାତ୍ର ୬ ଫୁଟ ଦୂରତା ରହିଥିବା କୁହାଯାଉଥିଲା । ମାତ୍ର ଇତିମଧ୍ୟରେ ୧୮ ଘଣ୍ଟାରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ରାହୁଲ ଉଦ୍ଧାର ହୋଇ ପାରିନାହିଁ । ରାହୁଲର ଉଦ୍ଧାର ପାଇଁ ଦେଶବାସୀ ଚାତକ ଭଳି ଚାହିଁ ରହିଥିବା ବେଳେ ସେ ସୁସ୍ଥତାର ସହ ଫେରିଆସୁ ଏହା ସମସ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ରାହୁଲକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ୧୨୦ ଯବାନ, ୩୨ ଏନଡିଆରଏଫ, ୧୫ ଏସଡିଆରଏଫ ଓ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି । ଅପରେସନ ସମୟରେ ବୋରୱେଲ ମଧ୍ୟରେ ପଥର ପଡ଼ୁଥିବାର ଅପରେସନରେ ସମସ୍ୟା ହେଉଥିବା କୁହାଯାଉଥିଲା । ରାହୁଲ ନିକଟରେ ପହଞ୍ଚିବାକୁ ଆଉ କମ୍ ଦୂରତା ରହିଥିବାରୁ ଯନ୍ତ୍ରର ବ୍ୟବହାର ନକରି ହାତରେ ମାଟି ଖୋଳାଯିବ ବୋଲି ଗତକାଲି କୁହାଯାଉଥିଲା । ମାତ୍ର ଏହା ମଧ୍ୟରେ ପାଖାପାଖି ଗୋଟିଏ ଦିନ ବିତିଗଲାଣି । ମାତ୍ର ଫଳ ଶୂନ୍ ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଅପରାହ୍ଣ ପାଖାପାଖି ୪ଟା ସମୟରେ ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଦ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିଲା । ତେବେ କ୍ୟାମେରାରେ ରାହୁଲ ମୁଣ୍ଡ, ହାତ ହଲାଇବା ଦେଖାଯାଉଥିଲା । ଦୀର୍ଘ ୫ ଦିନ ଧରି ରାହୁଲ ଗଭୀର ଗାତ ମଧ୍ୟରେ ରହିଥିବାରୁ ତା’ର ସ୍ୱାସ୍ଥ୍ୟାବସ୍ଥା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ରାହୁଲ ଉଦ୍ଧାର ହେବା ପରେ ସଙ୍ଗେସଙ୍ଗେ କିପରି ତାକୁ ମେଡିକାଲ ନିଆଯିବ ସେଥିପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି ।

Get real time updates directly on you device, subscribe now.