fbpx
BJD SKY
BJD SKY

ଦ୍ୱିତୀୟ ଦିନରେ ରାହୁଲଙ୍କୁ ଇଡିର ଜେରା, ସେପଟେ ବିଜେପି କହିଲା କଂଗ୍ରେସ ନେତା ପ୍ରଥମେ ଦୁର୍ନିତି କରୁଛନ୍ତି ପୁଣି ଡ୍ରାମା କରୁଛନ୍ତି

BJD

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ସୋମବାର ରାହୁଲଙ୍କ ପ୍ରାୟ ୧୦ ଘଣ୍ଟା ଇିଡି ପଚରାଉଚରା କରିଥିଲା। ସେ ରାତି ୧୧ଟା ୧୦ ମିନିଟ୍ ରେ ଇଡି କାର୍ଯ୍ୟାଳୟରୁ ଘରକୁ ଯାଇଥିଲେ। ଏହି ସମୟରେ ଇଡି କାର୍ଯ୍ୟାଳୟ ବାହାରେ କଂଗ୍ରେସ କର୍ମିଙ୍କ ପ୍ରବଳ ଭିଡ଼ ଲାଗିଥିଲା।

ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଚାଲିଥିବା ସମୟରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ପାର୍ଟି ଉପରେ ଜବରଦସ୍ତ ଆକ୍ରମଣ କରିଛନ୍ତି। ସମ୍ବିତ କହିଛନ୍ତି କଂଗ୍ରେସ ନେତା ପ୍ରଥମେ ଦୁର୍ନିତିରେ ଲିପ୍ତ ରୁହନ୍ତି ଏବଂ ପରେ ଡ୍ରାମା କରନ୍ତି। ସେ କହିଛନ୍ତି ଯେ, ସୋନିଆ ପ୍ରଥମ ଆରୋପି ହେଲେ ରାହୁଲ ହେଉଛନ୍ତି ଦ୍ୱିତୀୟ ଅପରାଧୀ।

ତେବେ ଏହା ପୁର୍ବରୁ ବରିଷ୍ଠ କଂଗ୍ରେସ ନେତା ପି ଚିନ୍ଦାବରମ୍ କହିଛନ୍ତି ଯେ, କଂଗ୍ରେସ କ୍ଷମତାର ଅପବ୍ୟବହାରକୁ ବିରୋଧ କରୁଛି। ଯଦି ଇଡି ଆଇନ୍ କୁ ମାନି ତଦନ୍ତ କରୁଛି ତେବେ ଆମକୁ କୋଣସି ସମସ୍ୟା ନାହିଁ କିନ୍ତୁ ଇଡି ଅଇନ୍ ର ପାଳନ କରୁନାହିଁ। ତେବେ ଆମେ ପଚାରୁଛୁ ଯେ, ନିର୍ଦ୍ଧିଷ୍ଟ ଅପରାଧ କଣ, ଯାହାର ଉତ୍ତର ଆମକୁ ମିଳୁନାହିଁ।

ରାହୁଲଙ୍କୁ ଇଡିର ଜେରାକୁ ବିରୋଧ କରି ଅନେକ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା କେସି ବେଣୁଗୋପାଳ, ଅଧିର ରଞ୍ଜନ ଚୌଧୂରୀ, ଗୌରବ ଗୋଗୟି, ଦୀପେନ୍ଦ୍ର ସିହ ହୁଡା, ରଞ୍ଜିତ ରଞ୍ଜନ, ଇମ୍ରାନ୍ ପ୍ରତାପଗଡି ଆଦି ନେତାଙ୍କୁ ପୋଲିସ ଅଟକ ରଖିଛି ।

Get real time updates directly on you device, subscribe now.