fbpx

ଶୁଟିଂ ସମୟରେ ବଢିଗଲା ଦୀପିକାଙ୍କ ହାର୍ଟବିଟ୍‌, ହସପିଟାଲ୍‌ରେ ଭର୍ତ୍ତି

ହାଇଦ୍ରାବାଦ୍‌(ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଜଡ଼ିତ ଏକ ବଡ଼ ଖବର ଆସିଛି। ଶୁଟିଂ ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ୍ ନିଆଯାଇଛି। ଦୀପିକା ବର୍ତ୍ତମାନ ହାଇଦ୍ରାବାଦ୍‌ରେ ଅଭିନେତା ପ୍ରଭାସଙ୍କ ସହ ଫିଲ୍ମ “ପ୍ରୋଜେକ୍ଟ କେ’ର ଶୁଟିଂ କରୁଛନ୍ତି। ମିଡିଆ ରିପୋର୍ଟ ମୁତାବକ ଦୀପିକାଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା। ତେଣୁ ତାଙ୍କୁ ତରନ୍ତ ମେଡିକାଲ ନିଆଯାଇଥିଲା। ଏବେ ସେ ହୋଟେଲ୍‌ରେ ଆରମ୍ କରୁଥିବାର ସୂଚନା ମିଳିଛି।

ବର୍ତ୍ତମାନ ଦୀପିକା ସମ୍ପୁର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ପୁଣି ଶୁଟିଂକୁ ଫେରିଥିବା ନେଇ ସୂଚନା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକା କିମ୍ବା ତାଙ୍କର ଟିମ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ମିଡିଆ ରିପୋର୍ଟ ମୁତାବକ ଦୀପିକା ଏବେ ହୋଟେଲରେ ଆରମ୍ କରୁଛନ୍ତି। ଦୀପିକାଙ୍କର ଆଗକୁ ଅନେକ ଫିଲ୍ମ ଅସିବାକୁ ଯାଉଛି। ଦୀପିକାଙ୍କର ପ୍ରଭାସଙ୍କ ସହ ପ୍ରୋଜେକ୍ଟକେ, ଫାଇଟରରେ ହ୍ରିତିକ ରୋଶନଙ୍କ ସହ ନଜର ଆସିବେ ଏବଂ ପଠାନ୍‌ରେ ଶାହାରୁଖଙ୍କ ସହ ନଜର ଆସିବେ। ପ୍ରଥମ ଥର ପାଇଁ ଦୀପିକା ପ୍ରଭାସ ଏବଂ ହ୍ରିତିକଙ୍କ ସହ ସ୍କ୍ରୀନ୍ ସେୟାର କରିବେ।

Get real time updates directly on you device, subscribe now.