fbpx
BJD SKY
BJD SKY

ଆପଣଙ୍କର ଶରୀରର ତାପମାତ୍ରା ଠାରୁ ମସ୍ତିଷ୍କର ତାପମାତ୍ରା ବହୁତ ଅଧିକ, ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

BJD

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷର ଶରୀରର ସାମାନ୍ୟ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ସେଲସିୟସ୍ (ସି) ବା ୯୮.୬ ଡିଗ୍ରୀ ଫାରେନହାଇଟ୍ (ଏଫ) ହୋଇଥାଏ । ମାତ୍ର ଏହି ତାପମାତ୍ରା ମଣିଷର ମସ୍ତିଷ୍କର ନୁହେଁ । ତେବେ ମଣିଷର ମସ୍ତିଷ୍କର ତାପମାତ୍ରାକୁ ନେଇ ବୈଜ୍ଞାନିକଙ୍କର ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଆମ ଶରୀର ତୁଳନାରେ ମସ୍ତିଷ୍କର ତାପମାତ୍ରା ୨ ଡିଗ୍ରୀ ସି ବା ୩.୬ ଡିଗ୍ରୀ ଏଫ ଅଧିକ ରହିଥାଏ ।

ବ୍ରେନ ନାମକ ଏକ ପତ୍ରିକାରେ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଷ୍ଟଡିରେ ଅଂଶଗ୍ରହଣ କରିଥିବା ଲୋକଙ୍କର ଆଭରେଜ୍ ତାପମାତ୍ରା ୩୮.୫ ଡିଗ୍ରୀ ସି ବା ୧୦୧.୩ ଡିଗ୍ରୀ ଏଫ୍ ରହିଥିଲା, ଯାହାକି ଶରୀରର ତାପମାତ୍ରା ଠାରୁ ୨.୫ ଡିଗ୍ରୀ ସି ବା ୪.୫ ଡିଗ୍ରୀ ଏଫ ଅଧିକ ରହିଥିଲା । ମସ୍ତିଷ୍କର ଭିତର ଅଂଶରେ ତାପମାତ୍ରା ଅଧିକାଂଶ ସମୟରେ ୪୦ ଡିଗ୍ରୀ ସି ବା ୧୦୪ ଡିଗ୍ରୀ ଏଫ୍ରୁ ଅଧିକ ରହୁଥିବା ଜଣାପଡ଼ିଛି । ଭିତର ଅଂଶର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରୀ ସି ବା ୧୦୫.୬ ଡିଗ୍ରୀ ଏଫ ରହିଥିବା ଜଣାପଡ଼ିଛି ।

ମେଡିକାଲ ରିସର୍ଚ୍ଚ କାଉନସିଲ ଲାବୋରେଟୋରୀ ଫର ମଲିକୁଲାର ବାୟୋଲୋଜିର ଗ୍ରୁପ ଲିଡର ଡା. ଜନ ଓ’ନିଲ କହିଛନ୍ତି, ରିସର୍ଚ୍ଚ ଟିମର ଅଧିକାରୀମାନେ ମ୍ୟାଗ୍ନେଟିକ୍ ରିଜୋନାନ୍ସ ସ୍ପେକ୍ଟ୍ରୋସ୍କୋପିର ପ୍ରୟୋଗ କରିଥିଲେ । ଏଥିରେ ୨୦ରୁ ୪୦ ବର୍ଷ ବୟସର ୪୦ ଜଣ ସୁସ୍ଥ ଲୋକଙ୍କର ବ୍ରେନକୁ ପରୀକ୍ଷା କରାଯାଇଥିଲା । ଏହି ୪୦ ଜଣଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ୨୦ ଜଣ ମହିଳା ରହିଥିଲେ । ଗୋଟିଏ ଦିନର ତାପମାତ୍ରା ତିନି ଥର ରେକର୍ଡ କରାଯାଇଥିଲା ଓ ପୂରା ଦିନ ମସ୍ତିଷ୍କର ତାପମାତ୍ରାରେ ହୋଇଥିବା ପରିବର୍ତ୍ତନକୁ ଟ୍ରାକ କରାଯାଇଥିଲା । ବ୍ରେନର ତାପମାତ୍ରା ସ୍ଥିର ରୁହେ ନାହିଁ । ବୟସ, ଲିଙ୍ଗ, ମେନଷ୍ଟ୍ରୁଆଲ ସାଇକଲ, ମସ୍କିଷ୍କର ଭିତର ଅଂଶ ଓ ଦିନର ସମୟ ହିସାବରେ ଏହା ପରିବର୍ତ୍ତନ ହୋଇଥାଏ ବୋଲି ଷ୍ଟଡିରୁ ଜଣାପଡ଼ିଛି ।

Get real time updates directly on you device, subscribe now.